scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦର ନିୟନ୍ତ୍ରଣ ପାଇଁ ୬ ସେପ୍ଟେମ୍ବରରୁ ମୋବାଇଲ୍ ଭ୍ୟାନ୍‌ରେ ପିଆଜ ବିକ୍ରି କରିବେ ସରକାର

4/09/2023 at 10:25 PM

ନୂଆଦିଲ୍ଲୀ: ଧୀରେ ଧୀରେ ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଏପଟେ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ନାଫେଡ୍ (NAFED) ଏବଂ ଏନ୍‌ସିସିଏଫ୍‌  ଜରିଆରେ ଦିଲ୍ଲୀ ଏନ୍‌ସିଆର୍ ସମେତ କେତେକ ସହରରେ ମୋବାଇଲ୍ ଭ୍ୟାନ୍ ଯୋଗେ ଶସ୍ତାରେ ପିଆଜ ବିକ୍ରି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି କରିଛନ୍ତି।

ସେପ୍ଟେମ୍ବର ୬ ତାରିଖରେ ଖାଉଟି ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ ଚୌବେ ମୋବାଇଲ୍‌ ଭ୍ୟାନ୍‌କୁ ସବୁଜ ସଂକେତ ଦେଇ ଏହାର ଶୁଭାରମ୍ଭ କରିବେ। ଏଥିରେ କେଜି ପ୍ରତି ୨୫ ଟଙ୍କା ମୂଲ୍ୟରେ ଖୁଚୁରା ବଜାରରେ ପିଆଜ ବିକ୍ରି କରାଯିବ।

ପଢ଼ନ୍ତୁ-ଚାଉଳ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ: ସଙ୍କଟରେ ବିଶ୍ୱ ବଜାର, ରେକର୍ଡ ସ୍ତରରେ ଦାମ୍

ସରକାରଙ୍କର ସୂଚନା ଅନୁସାରେ, କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌ରୁ ୩୬,୨୫୦ ଟନ ପିଆଜ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି କରାଯାଇଛି। ଫଳରେ ଏଥିରେ ପିଆଜର ବର୍ଦ୍ଧିତ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ।  

Mint Explainer: Why has India imposed 40% export duty on onions? | Mint

ହୋଲସେଲ ଏବଂ ଖୁଚୁରା ବଜାରରେ ବଫର ଷ୍ଟକରୁ ପିଆଜ ବିକ୍ରି କରିବାର ଦାୟିତ୍ୱ  ନାଫେଡ ଏବଂ ଏନସିସିଏଫକୁ ଦିଆଯାଇଛି। ଉଭୟ ଏଜେନ୍ସିକୁ କୃଷକଙ୍କ ଠାରୁ ଅତିରିକ୍ତ ୩ ରୁ ୫ ଲକ୍ଷ ଟନ୍ ପିଆଜ କିଣିବାକୁ କୁହାଯାଇଛି। ଏହା ଦ୍ୱାରା ବଫର ଷ୍ଟକ୍ ବୃଦ୍ଧି ହୋଇପାରିବ। ।

ଏନେଇ ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ପିଟିଆଇକୁ କହିଛନ୍ତି ଯେ ହୋଲସେଲ ଏବଂ ଖୁଚୁରା ବଜାରରେ ପିଆଜର ବଫର ଷ୍ଟକ୍ ଜାରି କରି ସରକାର କୌଣସି ମତେ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବାକୁ ଚେଷ୍ଟା କରିବେ।

ସଚିବଙ୍କ ସୂଚନା ଅନୁସାରେ, ଅଗଷ୍ଟ ୧୧ ଠାରୁ ଖୁଚୁରବଜାରରେ ବଫର ଷ୍ଟକ୍‌ରୁ ୩୫,୨୫୦ ଟନ୍ ପିଆଜି ୧୨ ଟି ରାଜ୍ୟକୁ ପଠା ଯାଇ ସାରିଛି। ସେହି ରାଜ୍ୟଗୁଡ଼ିକ ହେଲେ- ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ଚଣ୍ଡିଗଡ଼ ଏବଂ କେରଳ।

Onion Prices: After tomato, onion prices inch up amid lower sowing - The  Economic Times

ଖୁଚୁରା ବଜାରରେ ସରକାର ୨୫ ଟଙ୍କା ସବସିଡି ହାରରେ ପିଆଜ ବିକ୍ରି କରୁଥିବାବେଳେ ବର୍ତ୍ତମାନର ମୂଲ୍ୟରେ ବଫର ଷ୍ଟକରୁ ପିଆଜ ବିକ୍ରି ହେଉଛି। ଆଗାମୀ ଦିନରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଅଧିକ ପିଆଜ ବିକ୍ରି କରିବାକୁ ଏକ ପ୍ରସ୍ତୁତି ଚାଲିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ସରକାରୀ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖରେ ଖୁଚୁରା ବଜାରରେ ହାରାହାରି ୩୩.୪୧ ଟଙ୍କାରେ ପିଆଜ ବିକ୍ରି ହେଉଥିଲା। ଯାହା ଏକ ବର୍ଷ ତୁଳନାରେ ୩୭ ପ୍ରତିଶତ ମହଙ୍ଗା ହୋଇଛି। ବର୍ଷେ ପୂର୍ବରୁ ପିଆଜର ଦାମ ୨୪.୩୭ ଟଙ୍କା ଥିଲା। ହେଲେ ବର୍ତ୍ତମାନ କଲିକତାରେ ପିଆଜ ୩୯ ଟଙ୍କା, ଦିଲ୍ଲୀରେ ୩୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ଓଡ଼ିଶାରେ ପିଆଜ ମୂଲ୍ୟ ୪୦ ଟଙ୍କା ରହିଛି।  

ପଢ଼ନ୍ତୁ-ଅଗଷ୍ଟ ମାସରେ କମ୍ ବର୍ଷା ଯୋଗ କମିଛି ଚାଷ, ବେଶି ପ୍ରଭାବିତ ହୋଇଛି ଡାଲି ଫସଲ, ହ୍ରାସ ପାଇଛି ଜଳ ସ୍ତର 

ONION – AmpimEx

   Related Posts