ଋଣଗ୍ରହିତାଙ୍କୁ ଝଟକା, ୬ ଲକ୍ଷ କୋଟି ଟଙ୍କାର ଲୋନ୍ ଛାଡ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଲେ ସରକାର, ଝୁଲିଲା ନିଷ୍ପତ୍ତି

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ,୦୯/୧୨: ଲୋନ୍ ମୋରେଟୋରିୟମକୁ ନେଇ ଚାଲିଥିବା ବ୍ୟାଙ୍କର ଲୋନଧାରୀଙ୍କ ଉପରେ ୬ ମାସର ସୁଧ ଛାଡ ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏପରି କରିବା ଦ୍ୱାରା ୬ ଲକ୍ଷ କୋଟି ଟଙ୍କା କ୍ଷତି ହେବ । ଯାହାଦ୍ୱାରା ଅର୍ଥବ୍ୟବସ୍ଥା ପ୍ରଭାବିତ ହେବ ।

ସେଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟରେ କହିଛନ୍ତି ଯେ, କେବେ ହେଲେ ସୁଧ ଛାଡ କରାଯିବ ନାହିଁ । କୋଭିଡ୍ କାରଣରୁ ସରକାର ଲୋନ କିସ୍ତୀ ଉପର ସ୍ଥଗିତାଦେଶର ଲାଭ ଦେଇଥିଲେ । କାରଣ ଜୀବନଜୀବିକା ପ୍ରଭାବିତ ହୋଇଥିଲା । କିନ୍ତୁ ଋଣ କିମ୍ବା ସୁଧ ଛାଡ କଥା କୁହାଯାଇନଥିଲା ।

ସେ ଆହୁରି କହିଛନ୍ତି ଯେ,ଲୋନ୍ ଲୋକଙ୍କ ଦ୍ୱାରା ବ୍ୟାଙ୍କରେ ଜମା ହେଉଥିବା ଟଙ୍କାରୁ ଦିଆଯାଏ । ପ୍ରତି ଲୋନ ପଛରେ ୮ଜଣ ଜମାକାରୀ ରହିଥାନ୍ତି । ଏହି ଜମା ଉପରେ ସୁଧ ମିଳେ ଓ ଲୋନ ପ୍ରଦାନ କରାଯାଏ । ଏପରି ୬ ଲକ୍ଷ କୋଟିର ଲୋନ୍ ଛାଡ ହୋଇପାରିବ ନାହିଁ । ସରକାରଙ୍କୁ ଏହା ଦେବାକୁ ପଡିବ । ଏହାକୁ ନେଇ ସରକାର ଓ ଜମାକାରୀ ଚାପରେ ରହିବେ । ଲୋକମାନେ ଲୋନ୍ ମୋରିଟୋରିୟମକୁ ଭୁଲ ବୁଝିଛନ୍ତି । ଏହାର ଅର୍ଥ ସାମୟିକ ସମୟ ପାଇଁ ସ୍ଥଗିତ ରଖିବା ସମ୍ପୂର୍ଣ୍ଣ ଛାଡ ନୁହେଁ । ଅନେକ ଲୋନ୍ ନେଇଥିବା ବ୍ୟକ୍ତି ଏହାର ଫାଇଦା ନେଇ ନାହାଁନ୍ତି । ସୁପ୍ରିମକୋର୍ଟର ଅନଚ୍ଛେଦ ୩୨ ଆଧାରରେ ଲୋନ ଉପରେ ଛାଡ କରାଯାଇପାରିବ ନାହିଁ ।

ଜଷ୍ଟିସ ଭୂଷଣ କହିଛନ୍ତି ଯେ, ଏପରି କୌଣସି ଆଦେଶ ପାରିତ ହେବ ନାହିଁ ଯାହା ଅର୍ଥ୍ୟବ୍ୟବସ୍ଥା ଉପରେ ପ୍ରଭାବ ପକାଇବ । କୁହାଯାଉନି ଯେ ସରକାର କିଛି କରି ନାହାଁନ୍ତି । କିନ୍ତୁ ଆଉ କିଛି କରାଯାଉ ବୋଲି ଆଶା ରଖାଯାଉଛି । ବିଭିନ୍ନ ଶିଳ୍ପାନୁଷ୍ଠାନ ଯେପରି ଭାବେ ଚାଲୁଛି ତାକୁ ନେଇ ଆଉ କିଛି କରିବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ମାମଲାର ଶୁଣାଣି ଜାରି ରହିବ ଓ ବୁଧବାର ରିଜର୍ଭ ବ୍ୟାଙ୍କ୍ ଏହା ଉପରେ ନିଜର ଯୁକ୍ତି ଉପସ୍ଥାପନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.