ନୂଆଦିଲ୍ଲୀ, ୧୮/୦୮: ମହଙ୍ଗା ଟମାଟୋ ଦାମ୍ରୁ ମିଳିବ ଆଶ୍ବସ୍ତି। କାରଣ କେନ୍ଦ୍ର ସରକାର ଅଗଷ୍ଟ ୨୦ରୁ ୪୦ ଟଙ୍କା କେଜି ଦରରେ ଟମାଟୋ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଖାଉଟି ବିଭାଗ ଏନସିସିଏଫ ଏବଂ ନାଫେଡକୁ ୪୦ ଟଙ୍କା ପ୍ରତି କିଲୋ ବିକ୍ରି କରିବାକୁ କହିଛନ୍ତି। ଟମାଟୋ ଯୋଗାଣରେ ସୁଧାର, ପାଇକାରୀ ଏବଂ ଖୁଚୁରା ବଜାରରେ ଦାମ୍ ହ୍ରାସ ପରେ ଖାଦ୍ୟ ଉପଭୋକ୍ତା ମନ୍ତ୍ରାଳୟ ଏନସିସିଏଫ ଏବଂ ନାଫେଡକୁ ୪୦ ଟଙ୍କା ପ୍ରତି କିଲୋରେ ଟମାଟୋ ବିକ୍ରି କରିବାକୁ କହିଛି।
ଏହା ପୂର୍ବରୁ ଅଗଷ୍ଟ ୧୫ରେ ସରକାର ୫୦ ଟଙ୍କାର କେଜି ପିଛା ଟମାଟୋ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାର ପାଞ୍ଚ ଦିନରେ ସରକାରୀ ଏଜେନ୍ସୀଙ୍କ ତରଫରୁ ବିକ୍ରି କରାଯାଉଥିବା ଟମାଟୋର ଦାମ୍ରେ ୧୦ ଟଙ୍କା ପ୍ରତି କିଲୋ ଛାଡ଼ କରାଯାଇଛି । ମନ୍ତ୍ରାଳୟ କହିଛି ଜୁଲାଇ ୧୪ରୁ ଏପର୍ଯ୍ୟନ୍ତ ନାଫେଡ ଏବଂ ଏନସିସିଏଫ ୧୫ ଲକ୍ଷ କିଲୋ ଟମାଟୋ କିଣି ଖୁଚୁରା ବଜାରରେ ବିକ୍ରି କରିଛି।
ଆହୁରି ପଢ଼ନ୍ତୁ: ଟମାଟର ପରେ ଏବେ ବଢିବା ଆରମ୍ଭ କରିଛି ସେଓ ଦର, ଚିନ୍ତାର କାରଣ ପାଲଟିଛି ହିମାଚଳ ବର୍ଷା
ସୂଚନାଥାଉକି, ପ୍ରବଳ ବର୍ଷା ଫଳରେ ହୋଇଥିବା ଫସଲ ନଷ୍ଟ ଏବଂ ଯୋଗାଣରେ ବାଧା ସୃଷ୍ଟି ହେବା ଫଳରେ ଦେଶର ଅନେକ ରାଜ୍ୟରେ ଟମାଟୋ ଦର ୨୫୦ରୁ ୩୦୦ ଟଙ୍କା ପାର୍ କରିଥିଲା। ଏହା ପରେ ନାଫେଡ ଏବଂ ଏନସିସିଏଫ ୯୦ ଟଙ୍କା କିଲୋ ପିଛା ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲା। ପରେ ଜୁଲାଇରେ ୮୦ ଏବଂ ୭୦ ଟଙ୍କା ହୋଇଥିଲା। ପୁଣି ଅଗଷ୍ଟ ୧୫ରେ ୫୦ ଟଙ୍କା ହୋଇଥିଲା। ଆଉ ଏବେ କିଲୋ ପିଛା ୪୦ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଏନଡିସି ଦ୍ବାରା ଅନଲାଇନ୍ରେ ମଧ୍ୟ ଶସ୍ତା ଦାମ୍ରେ ମଧ୍ୟ ଟମାଟୋ ବିକ୍ରି କରାଯାଉଛି।