କାମ କରିବାକୁ ଇସ୍ରାଏଲ୍ ଯିବେ ଏକ ଲକ୍ଷ ଭାରତୀୟ ? ଜବାବ ରଖିଲା ବିଦେଶ ମନ୍ତ୍ରାଳୟ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହାମାସ ମଧ୍ୟରେ ଜାରି ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ହୋଇଛି । ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ହମାସ୍ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାର ଜବାବରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୧୦ ହଜାରରୁ ଅଧିକ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଇସ୍ରାଏଲ୍ କନଷ୍ଟ୍ରକ୍ସନ ସେକ୍ଟରରେ ଏକ ଲକ୍ଷ ଭାରତୀୟ ଶ୍ରମିକଙ୍କୁ କାମରେ ରଖିବା ପାଇଁ ସରକାରଙ୍କୁ ଅନୁମତି ଲୋଡିଛନ୍ତି । ଏହାରି ଭିତରେ ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟର ପ୍ରତିକ୍ରିୟା ସାମନାକୁ ଆସିଛି ।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଏପରି କୌଣସି ଅନୁରୋଧ ଆସିନାହିଁ । କିନ୍ତୁ ଯଦି ଏପରି କିଛି ପଦକ୍ଷେପ ନିଆଯାଏ ତେବେ ଏହା ଦୀର୍ଘକାଳୀନ ହେବ । ବାଗଚୀ କହିଛନ୍ତି, ବର୍ତ୍ତମାନ ସମୟରେ ଇସ୍ରାଏଲରେ ବହୁ ଭାରତୀୟ ଶ୍ରମିକ ବିଭିନ୍ନ କର୍ମକ୍ଷେତ୍ରରେ ଅଛନ୍ତି । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛନ୍ତି ।

ପଢନ୍ତୁ: ଯୁଦ୍ଧ ବିରତି ପାଇଁ ରାଜି ଇସ୍ରାଏଲ୍; ପ୍ରତିଦିନ ୪ଘଣ୍ଟା ସୈନ୍ୟ ଅଭିଯାନ ବନ୍ଦ  

ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ଆରମ୍ଭ ପରଠୁ ୯୦ ହଜାରରୁ ଅଧିକ ଫିଲିସ୍ତିନୀଙ୍କ ୱାର୍କ ପରମିଟ୍ ରଦ୍ଦ କରାଯାଇଛି । ଫଳରେ ଇସ୍ରାଏଲରେ ନିର୍ମାଣ କ୍ଷେତ୍ରରେ ଶ୍ରମିକଙ୍କ ଅଭାବ ସାମନା କରିବାକୁ ପଡ଼ୁଛି । ଏହି ଅଭାବକୁ ଦୂର କରିବା ପାଇଁ ସେଠାକାର ନିର୍ମାଣ ଉଦ୍ୟୋଗ ଭାରତୀୟଙ୍କୁ ୱାର୍କ ପରମିଟ୍ ଦେବା ପାଇଁ ନେତନ୍ୟାହୁ ସରକାରଙ୍କୁ ଅନୁରୋଧ କରିଥିଲା । ଚଳିତ ବର୍ଷ ଆରମ୍ଭରେ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଏକ ବୁଝାମାଣା ହୋଇଥିଲା । ଏହା ପରେ ୪୨ ହଜାର ଭାରତୀୟ ଇସ୍ରାଏଲରେ କାମ କରୁଛନ୍ତି । ତେବେ ବର୍ତ୍ତମାନ ପ୍ରସଙ୍ଗ ଉପରେ କୌଣସି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Also Read: ‘ଇସ୍ରାଏଲ ଉପରକୁ ଆକ୍ରମଣ ହେବା ନେଇ ପୂର୍ବରୁ ଜାଣିଥିଲେ ୬ ଫଟୋ ସାମ୍ବାଦିକ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.