ଶିମଲା ୨୮/୧୧: ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ୟରେ ସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଉଦ୍ୟମ କରୁଛନ୍ତି। ତେବେ ଏନେଇ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘୋଷଣା କରିଛନ୍ତି, ଏଣିକି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୫ ଦିନ ଚାଲିବାକୁ ଥିବା ଷଷ୍ଠ ଦିନରେ କର୍ମଚାରୀ ‘ଓ୍ବାର୍କ ଫ୍ରମ୍ ହୋମ୍’ କରିବେ।
କୋଭିଡ-୧୯ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ମସସ୍ତ ସରକାରୀ କର୍ମଚାରୀ ୫ ଦିନ ଅଫିସ୍ ଆସିବେ। ଷଷ୍ଠ ଦିନ ଘରେ ରହି କାର୍ଯ୍ୟ କରିବେ। ତେବେ ଏହି ନିୟମ ଡିସେମ୍ବର ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଏହା ସହ ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇପାରେ। ବିଶେଷ କରି ଶିମଲା, ମଣ୍ଡି, କୁଲ୍ଲୁ ଓ କାଙ୍ଗ୍ରାରେ ରାତ୍ରି କର୍ଫ୍ୟୁ ଲଗାଇବାକୁ କରାଯାଇପାରେ ବୋଲି ଜଣାପଡ଼ିଛି।
ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ଡସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ସହ ବିବାହ ଓ ଅନ୍ୟ ଉତ୍ସବରେ ୨୦୦ ବଦଳରେ ୫୦ ଲୋକ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଥିଲେ ସରକାର।