WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟମାଟରର ଅଭାବୀ ବିକ୍ରି ଲାଗି ପଦକ୍ଷେପ ନେଇ ପାରନ୍ତି ସରକାର

21/09/2023 at 5:09 PM

ନୂଆଦିଲ୍ଲୀ ୨୧।୯:  କିଛି ସମୟ ପୂର୍ବରୁ ଦେଶରେ ଟମାଟର ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଥିଲା। ଟମାଟୋ ମୂଲ୍ୟରେ ପାଖାପାଖି ୧୪୦ ପ୍ରତିଶତରୁ ବି ଅଧିକ ବୃଦ୍ଧି ହୋଇଥିଲା। ଲୋକେ କେଜି ପିଛା ଦେଢଶହ ଟଙ୍କାରୁ ବି ଅଧିକ ଦର ଦେଇ ଟମାଟର କ୍ରୟ କରୁଥିଲେ। ଏଥିରେ ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ସରକାର ପଦକ୍ଷେପ ନେବା ସହ ରିହାତି ଦରରେ ଟମାଟୋ ବିକ୍ରି ବ୍ୟବସ୍ଥା କରିଥିଲେ। ଏବେ ଟମାଟୋ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଚାଷୀ ଏବେ ଟମାଟୋ ତୋଳା ଓ ମଣ୍ଡିକୁ ପହଞ୍ଚାଇବାର ଖର୍ଚ୍ଚ ମଧ୍ୟ ଉଠାଇ ପାରୁ ନାହାନ୍ତି। ଏପରି ସ୍ଥଳେ ସରକାର ଏବେ ଚାଷୀଙ୍କ ଠାରୁ ସିଧାଶଳଖ ଟମାଟୋ କିଣି ବଜାରକୁ ପହଞ୍ଚାଇବାକୁ ବିଚାର କରୁଛନ୍ତି।

ସୂତ୍ର ଅନୁସାରେ ଖାଉଟି ବ୍ୟାପାର ମନ୍ତ୍ରାଳୟଙ୍କ ମୂଲ୍ୟ ସ୍ଥିରିକରଣ ପାଣ୍ଠି (ପିଏସଏଫ)କୁ ଏବେ ଏପରି ସଂକଟ ଗ୍ରସ୍ତ ଚାଷୀଙ୍କ ଫସଲ କିଣିବାରେ ଉପଯୋଗ କରିବେ ବୋଲି ଜଣାପଡିଛି। ବିଶେଷ କରି ଯେଉଁ ଚାଷୀମାନେ ଫସଲକୁ ଗୋରୁ ଖୁଆଇ ଦେଉଛନ୍ତି ସେପରି ଚାଷୀଙ୍କ ସହାୟତା ନିମନ୍ତେ ଏହି ପାଣ୍ଠିର ବ୍ୟବହାର ହେବ। ଚାଷୀ ଏପରି କରିବାର କାରଣ ହେଉଛି ଉପଜକୁ ତୋଳି ବଜାରରେ ପହଞ୍ଚାଇବା ଖର୍ଚ୍ଚ ଠରୁ ମଧ୍ୟ ବଜାରରେ କମ ଦର ମିଳୁଛି।

ଏଥିରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଚାଷୀମାନେ ବିଶେଷ ପ୍ରଭାବିତ ହୋଇଛନ୍ତି। କାରଣ ବମ୍ପର ଉତ୍ପାଦନ ବଜାରରେ ଦର ହ୍ରାସର କାରଣ ପାଲଟିଛି। ଅଗଷ୍ଟ ମାସରେ ଯେଉଁ ଟମାଟୋ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଗତ ସପ୍ତାହରେ ହ୍ରାସ ହୋଇ କେଜି ପିଛା ୩ରୁ ୧୦ ଟଙ୍କାରେ ବିକ୍ରି ହୋଇଛି। ନ୍ୟାସନାଲ ହର୍ଟିକଲଚର ବୋର୍ଡ ଦ୍ୱାରା ସଂକଳିତ ତଥ୍ୟ ଅନୁସାରେ ମଙ୍ଗଳବାର ଦେଶର ବିଭିନ୍ନ ଭାଗରେ ଟମାଟରର ହାରାହାରି ପାଇକାରୀ ଓ ଖୁଚୁରା ମୂଲ୍ୟ କେଜି ପିଛା ୧୬ରୁ ୩୦ ଟଙ୍କା ମଧ୍ୟରେ ଥିଲା।  

ପିଆଜ କେଜି ପିଛା ଦର ହେଲା ୬୦ ଟଙ୍କା, ଜାଣନ୍ତୁ କେଉଁ ରାଜ୍ୟରେ ଶସ୍ତା, କେଉଁଠି ମହଙ୍ଗା?

   Related Posts