ବିକ୍ରି ହେବ ଏୟାର ଇଣ୍ଡିଆ, ଆଗାମୀ ମାସରେ ନିଲାମ ଆହ୍ୱାନ କରିପାରନ୍ତି ସରକାର

Published By : Prameya-News7 Bureau | October 20, 2019 IST

ନୂଆଦିଲ୍ଲୀ : ସରକାର ଏୟାର ଇଣ୍ଡିଆରୁ ତାଙ୍କର ଶହେ ପ୍ରତିଶତ ଭାଗିଦାରୀ ବିକ୍ରୟ କରିବେ। ଏଥିଲାଗି ଆଗାମୀ ମାସରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।  ମିଳିଥିବା ସୂଚନା ଅନୁସାରେ କମ୍ପାନୀ ଉପରେ ଏବେ ୫୮ ହଜାର କୋଟି ଟଙ୍କା ବକେୟା ରହିଛି। ଏଣୁ ସରକାର  ନିଲାମପ୍ରକ୍ରିୟା ଲାଗି ଡକ୍ୟୁମେଣ୍ଟେସନ ଆରମ୍ଭ କରିଦେଇଛନ୍ତି। ଏଥିରୁ ଚଳିତମାସ ଶେଷ ଅଥବା ଅଗାମୀ ମାସରେ ନିଲାମ ଆହ୍ୱାନ କରାଯିବାର ପୂର୍ବାନୁମାନ କରାଯାଉଛି। ଏଥିଲାଗି ଟେଣ୍ଡର ନିକଟରେ ବିକଶିତ ହୋଇଥିବା ଇ-ଟେଣ୍ଡର ପ୍ରଣାଳୀରେ ଆହ୍ୱାନ କରାଯିବ।

{"id":172347}


ଅକ୍ଟୋବର ୨୨ରେ ନିର୍ଦ୍ଦେଶକ ମଣ୍ଡଳ ବୈଠକ
ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ସଚିବ ପ୍ରଦୀପ ସିଂଖରୋଲା ନିକଟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଅକ୍ଟୋବର ୨୨ ତାରିଖ ଦିନ ଏୟାରଇଣ୍ଡିଆ ନିର୍ଦ୍ଦେଶ ମଣ୍ଡଳି ବୈଠକ ଆୟୋଜନ ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ସରକାରଙ୍କ ବିନିବେଶ ନିଷ୍ପତ୍ତିକୁ ଏୟାରଲାଇନ୍ସର କର୍ମଚାରୀ ୟୁନିୟନମାନେ ବିରୋଧ କରୁଛନ୍ତି। କର୍ମଚାରୀମାନଙ୍କର ଚାକିରୀ ଚାଲିଯିବା ନେଇ ସଂଘମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। 

{"id":172348}

ତେବେ ବିକ୍ରୟ ଲାଗି ଏୟାରଲାଇନ୍ସର  ବାଲାନ୍ସ ସିଟ୍ ସ୍ୱଚ୍ଛ କରିବା ଲାଗି ୩୦ ହଜାର କୋଟି ଟଙ୍କାର ଋଣ ବଣ୍ଡ ଜାରି କରାଯିବ ବୋଲି ଜଣାପଡିଛି। ହୁଏତ ଏୟାର ଇଣ୍ଡିଆ ଆସେଟ୍ ହୋଲ୍ଡିଂ କମ୍ପାନୀ (ଏଆଇଏଚଏଲ) ଏହି ବଣ୍ଡ ଜାରି କରିପାରନ୍ତି। ତେବେ ଇତିମଧ୍ୟରେ ଏଆଇଏଚଏଲ ବଣ୍ଡ ମାଧ୍ୟମରେ ୨୧ ହଜାର ୯୮୫ କୋଟି ଟଙ୍କାର ପାଣ୍ଠି  ଜମା କରିପାରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.