oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

LIC ଆଇପିଓ ଟାଳି ପାରନ୍ତି ସରକାର, ଜାଣନ୍ତୁ କାହିଁକି ?

2/03/2022 at 8:05 PM

ନୂଆଦିଲ୍ଲୀ ୨।୩: ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ୱ ଆର୍ଥିକ ବଜାର ଉପରେ ପଡିଛି। ଏଣୁ ହୁଏତ ସରକାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ଙ୍କ ବହୁ ପ୍ରତିକ୍ଷିତ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ସ୍ଥଗିତ ରଖିପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ଏଲଆଇସିଙ୍କ ଏହା ମେଗା ଆଇପିଓ ବୋଲି ଆକଳନ କରାଯାଉଛି। ଏହାକୁ ନଜରରେ ରଖି ଅନେକ କମ୍ପାନୀ ସେମାନଙ୍କ ପ୍ରସ୍ତାବିତ ଆଇପିଓରୁ ଓହରି ଯାଇଛନ୍ତି। ଏଥିରେ ଆର୍ଥିକ ବଜାରରେ ଉପୁଜିଥିବା ପରିସ୍ଥିତି ଲାଗି ସରକାର ମଧ୍ୟ  ଏଲଆଇସି ଆଇପିଓ ବର୍ତ୍ତମାନ ଲାଗି ସ୍ଥିଗିତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ବୀମା କମ୍ପାନୀରେ ସରକାର ରଖିଥିବା ତାଙ୍କ ଅଂଶଧନରୁ ଅଧିକରୁ ଅଧିକତମ ମୂଲ୍ୟ ହାସଲ ଲାଗି ଉପଯୁକ୍ତ ସମୟକୁ ଅପେକ୍ଷା କରିବେ। ଏଥିରେ ସରକାରୀ ସୂତ୍ରରୁ ମିଳୁଥିବା ସୂଚନାରେ ୟୁକ୍ରେନ ବିରୋଧରେ ଋଷିଆର ଏହା ବାସ୍ତବିକ ଯୁଦ୍ଧ, ଏଣୁ ଏଲଆଇସିଙ୍କ ଆଇପିଓ ଲାଗି ଆମକୁ ବଜାରର ଉପଯୁକ୍ତ ସ୍ଥିତିକୁ ଆକଳନ କରି ଆଗକୁ ବଢିବାକୁ ହେବ ବୋଲି କୁହାଯାଇଛି। ଏଥିରୁ ହୁଏତ ସରକାର ଏଲଆଇସି ଆଇପିଓକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଟାଳି ଦେଇପାରନ୍ତି ବୋଲି ଏବେ ଅନୁମାନ କରାଗଲାଣି।

ସରକାର ନିଜର ନିବେଶ ବିକ୍ରିରୁ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହର ଲକ୍ଷ ରଖିଛନ୍ତି। ବିନିବେଶରୁ ସରକାର ଜାରି ଆର୍ଥିକ ବର୍ଷରେ ୭୮ ହଜାର କୋଟି ଟଙ୍କାର ବିନିବେଶ ଲକ୍ଷ ପୂରଣ କରିବା ପାଇଁ ଏଲଆଇସିରୁ ୫ ପ୍ରତିଶତ ଅଂଶୀଦାରି ବିକ୍ରିରୁ ୬୩ ହଜାର କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଥିଲେ। ଏଥିରେ ଯଦି ସରକାର ଚଳିତବର୍ଷ ଆଇପିଓ ଆଣି ନପାରନ୍ତି ତେବେ ସଂଶୋଧିତ ବିନିବେଶ ଲକ୍ଷରୁ ଭାରି ଅନ୍ତରର ସମ୍ମୁଖୀନ ହୋଇପାରନ୍ତି। ଚଳିତବର୍ଷ ଭାରତ ସରକାର ବିନିବେଶ ନିମନ୍ତେ କରିଥିବା ଲକ୍ଷ ଧାର୍ଯ୍ୟରେ ଏୟାର ଇଣ୍ଡିଆ ବିକ୍ରିରୁ ୧୨ ହଜାର ୩୦ କୋଟି ଟଙ୍କା ସଂଗ୍ରହ କରିନେଇଛନ୍ତି। ଯାହା ୨୦୨୧-୨୨ରେ ସରକାରଙ୍କ ଧାର୍ଯ୍ୟ ଲକ୍ଷଠାରୁ ମଧ୍ୟ ଢେର ଅଧିକ ଅଛି ।

ତେବେ ଏଲଆଇସିରେ ସରକାରଙ୍କର ଶହେ ପ୍ରତିଶତ ଅର୍ଥାତ ୬୩୨.୪୯ କୋଟିରୁ ଅଧିକ ସେୟାର ରହିଛି।  ସେୟାରଙ୍କ ଅଙ୍କିତ ମୂଲ୍ୟ ୧୦ ଟଙ୍କା ପ୍ରତି ସେୟାରରେ ଏଲଆଇସିଙ୍କ ପବ୍ଲିକ ଇସ୍ୟୁ ଭାରତୀୟ ସେୟାର ବଜାର ଇତିହାସର ସବୁଠୁ ବଡ ଆଇପିଓ ହେବ। ଏହା ପୂର୍ବରୁ ୨୦୨୧ରେ ପେଟିଏମଙ୍କ ଆଇପିଓରୁ ୧୮ ହଜାର ୩୦୦ କୋଟି ଟଙ୍କା ସଂଗ୍ରହ ସବୁଠୁ ବଡ ଆଇପିଓ ଥିଲା। ଏହା ଛଡା କୋଲ ଇଣ୍ଡିଆଙ୍କ ୨୦୧୦ ମସିହାରେ ଆସିଥିବା ୧୫ ହଜାର ୫୦୦ କୋଟି ଟଙ୍କାର ଆଇପିଓ ଥିଲା।

   Related Posts