ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କଲେ ସରକାର: ଏହି ଦିନ ଠାରୁ ହେବ ଲାଗୁ

29/09/2022 at 3:50 PM

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ପାଇଁ ନୂଆ ନିୟମ ଯୋଡ଼ିଲେ କେନ୍ଦ୍ର ସରକାର। ଯାତ୍ରୀବାହୀ ଗାଡ଼ିରେ ୬ ଏୟାର ବ୍ୟାଗ୍ ରହିବା ବଧ୍ୟତାମୂଳକ ହେବ। ୨୦୨୩ ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର ଏହି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଯାତ୍ରୀଙ୍କୁ ସୁରକ୍ଷା ସର୍ବୋପରି।


ସେ ଟ୍ୱିଟ୍ କରି ଲେଖିଛନ୍ତି ଅଟୋ ଇଣ୍ଡଷ୍ଟ୍ରୀ ସାମ୍ନା କରୁଥିବା ବୈଶ୍ୱିକ ରପ୍ତାନୀ ଶୃଙ୍ଖଳରେ ବିଭିନ୍ନ ବାଧା ବ୍ୟାପକ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଲକ୍ଷ୍ୟ କରି ଯାତ୍ରୀବାହୀ କାର୍‌(ଏମ୍‌-୧ କ୍ୟାଟେଗୋରୀ)ରେ w.e.fରେ ୧ ଅକ୍ଟୋବର ୨୦୨୩ରେ ୬ ଏୟାର ବ୍ୟାଗ୍‌ ନିୟମକୁ ବାଧ୍ୟତାମୁଳକ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ତେବେ ପୂର୍ବରୁ ସିଟ୍‌ ବେଲ୍ଟ ବାନ୍ଧିବା ନେଇ ବାଧ୍ୟତାମୂଳକ ନିୟମ ଥିବା ବେଳେ ଟାଟାର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ବିୟୋଗ ପରେ ଏହାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। ସେପ୍ଟେମ୍ବର ମାସରୁ ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ୍ ନିୟମ ଅନୁସାରେ, ଦଣ୍ଡିତ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସେପ୍ଟେମ୍ବର ୪ ତାରିଖରେ ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ପାଲଘର ଠାରେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଥିଲା।। ସେ କାର୍‌ ଆଗ ସିଟ୍‌ରେ ବସିଥିଲେ ବି ଶିଲ୍ଟ ବେଟ୍ ବାନ୍ଧି ନଥିଲେ।

   Related Posts