ସାଇବର୍ ଅପରାଧ ଏବଂ ଫେକ୍ କଲ୍ ରୋକିବ ‘ଚକ୍ଷୁ’, ଆରମ୍ଭ ହେଲା ସରକାରୀ ସେବା

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ସାଇବର୍ ଅପରାଧ ଏବଂ ଫେକ୍ ଫୋନ କଲ୍ ରୋକିବା ପାଇଁ କେନ୍ଦ୍ର ସରକାର ଚକ୍ଷୁ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଚକ୍ଷୁ ଜରିଆରେ ୟୁଜର ସହଜରେ ସାଇବର କ୍ରାଇମ୍ କିମ୍ୱା ସ୍ପାମ୍ କଲ୍ ଉପରେ ରିପୋର୍ଟ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଦୂରସଂଚାର ବିଭାଗ ସଂଚାର ସାଥି ପୋର୍ଟାଲ ଅଂଶ ରୂପେ ସୋମବାର ଡିଜିଟାଲ୍ ଇଣ୍ଟେଲିଜେନ୍ସି ପ୍ଲାଟଫର୍ମ ଏବଂ ଚକ୍ଷୁ ଲଞ୍ଚ କରିଛି ।

ଚକ୍ଷୁ ଜରିଆରେ ନାଗରିକମାନେ ଫ୍ରଡ୍ କିମ୍ୱା ସ୍ପାମ କଲ୍ ବାବଦରେ ରିପୋର୍ଟ କରିପାରିବେ, ଯେଉଁଥିରେ ଉପଭୋକ୍ତାଙ୍କ ନମ୍ୱର, ମେସେଜ ଆଦି ସାମିଲ ରହିଛି । ୟୁଜର, ସଂଚାର ସାଥି ପୋର୍ଟାଲରେ ଇନବିଲ୍ଟ ଚକ୍ଷୁ ୱିଣ୍ଡୋରେ ଲଗ୍ ଇନ୍ କରିପାରିବେ ଏବଂ ଏମଏମଏସ, କଲ୍ କିମ୍ୱା ହ୍ୱାଟ୍ସଆପ ଜରିଆରେ ଜାଲିଆତି ବିଷୟ ସହ ଏକ ଫର୍ମ ପୂରଣ କରିପାରିବେ । ତେବେ ଏହା କେଉଁ ଶ୍ରେଣୀରେ ତାହା ଦର୍ଶାଇବାକୁ ହେବ । ଯେପରିକି ସେକ୍ସଟର୍ସନ, ଫେକ୍ କଷ୍ଟମର ହେଲ୍ପଲାଇନ, ମିଛ କେୱାଇସି ଆଦି । ଏହାପରେ ୟୁଜର ନିଜ ଅଭିଯୋଗ ସହ ଜଡିତ ସ୍କ୍ରିନସର୍ଟ କିମ୍ୱା ଅନ୍ୟ କୌଣସି ସୂଚନାକୁ ମଧ୍ୟ ସାମିଲ କରପାରିବେ ।

ପଢନ୍ତୁ: ହସ୍ପିଟାଲକୁ କଲ୍ କଲେ ହ୍ୟାକର ନେଇଯାଉଛି ଟଙ୍କା, ସେପଟେ ଯବାନଙ୍କୁ ଚୂନ ଲଗାଇଦେଲେ ସାଇବର ଠକ

ଡିଜିଟାଲ ଇଣ୍ଟେଲିଜେନ୍ସି ପ୍ଲାଟଫର୍ମ ଏକ ଇଣ୍ଟର-ଏଜେନ୍ସି ଅଟେ, ଯାହା ସାଇବର ଅପରାଧ ଡାଟାକୁ ବ୍ୟାଙ୍କ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବଂ ୱାଲେଟ୍ ଅପରେଟର ଆଦିଙ୍କ ସହ ସେୟାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଜାଲିଆତି ମାମଲାରେ ଡାଟା ପ୍ରାୟତଃ ରିୟଲ ଟାଇମରେ ସମସ୍ତ ହିତାଧିକାରୀଙ୍କ ସହ ସେୟାର କରାଯାଇଥାଏ ।

ସେ କହିଛନ୍ତି ଯେ ଡିଆଇପି ଏକ ୟୁନିଫାଇଡ୍ ପ୍ଲାଟଫର୍ମ ଯେଉଁଥିରେ ଆପଣ ତୁରନ୍ତ ଜାଲିଆତି ଉପରେ ରିପୋର୍ଟ କରିପାରିବେ । ଗତ ବର୍ଷ ମେ ମାସରେ ଲଞ୍ଚ କରାଯାଇଥିବା ସିଷ୍ଟମର ଏହା ନ୍ୟାଚୁରାଲ ପ୍ରୋଗ୍ରାମ ଅଟେ ଏବଂ ଏହି ଦୁଇ ପ୍ଲାଟଫର୍ମ ସାହାଯ୍ୟରେ ସାଇବର ଅପରାଧକୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ ।

ସେ କହିଛନ୍ତି ଯେ ଏହିପରି ପ୍ଲାଟଫର୍ମ ସାହାଯ୍ୟରେ ପ୍ରାୟ ୧,୦୦୮ କୋଟି ଟଙ୍କା ଯାଏ ଠକାମୀକୁ ରୋକା ଯାଇ ପାରିଛି । ଉଲ୍ଲେଖଯୋଗ୍ୟ ଯେ ଟେଲିକମ ମନ୍ତ୍ରଣାଳୟ ୨୦୨୩ରେ ସଂଚାର ସାଥି ପ୍ଲାଟଫର୍ମ ଲଞ୍ଚ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.