AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ପୁରସ୍କାରର ନାମାଙ୍କନ ପାଇଁ ସରକାର ଲଞ୍ଚ୍‌ କଲେ ନୂତନ ପୋର୍ଟାଲ, ଜଣାଇଲେ ପଦ୍ମ ଆଓ୍ଵାର୍ଡ ଆବେଦନର ଶେଷ ତାରିଖ

22/08/2022 at 5:59 PM

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପୁରସ୍କାର ପାଇଁ ଆବେଦନ ଏବଂ ପ୍ରସ୍ତାବ ପାଇଁ ସରକାର ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ସମସ୍ତ ପୁରସ୍କାର ପାଇଁ ଏବେ ଆବେଦନ କରାଯାଇ ପାରିବ। ଦେଶରେ ଅଲଗା ଅଲଗା ମନ୍ତ୍ରଣାଳୟ ଏବଂ ବିଭାଗ ଅନେକ ପ୍ରକାରର ପୁରସ୍କାର ଦେଇଥାନ୍ତି। ସରକାରଙ୍କ କହିବା କଥା ପୋର୍ଟାଲରେ ପାରଦର୍ଶିତା ଏବଂ ଜନତାଙ୍କ ସହଯୋଗ ଉଭୟ ଜାରି ରହିବ। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ପ୍ରସ୍ତାବ ଦେବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୫।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି, ଏହି ପୋର୍ଟାଲ ସମସ୍ତ ନାଗରିକ ଏବଂ ସଂଗଠନକୁ ନାମାଙ୍କନର ସୁବିଧା ପ୍ରଦାନ କରିବ। ପଦ୍ମ ପୁରସ୍କାରର ଆବେଦନ ପାଇଁ ଶେଷ ତାରିଖର ଘୋଷଣା କରି କହିଛନ୍ତି, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରୁ ମଧ୍ୟ ନାମାଙ୍କନ ସ୍ଵୀକାର କରାଯିବ। ଉଲ୍ଲେଖନୀୟ ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯାଏ। ୨୦୨୩ ଗଣତନ୍ତ୍ର ଦିବସ ଉପଲକ୍ଷେ ଏହି ପୁରସ୍କାର ଦିଆଯିବ।

ଏହି ପୁରସ୍କାର କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସାର୍ବଜନୀନ କାର୍ଯ୍ୟ, ନାଗରିକ ସେବା, କାରବାର ଏବଂ ଉଦ୍ୟୋଗ ପରି ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ। ଜାତି, ବ୍ୟବସାୟ, ପଦ କିମ୍ବା ଲିଙ୍ଗଗତ ଭେଦଭାବ ବିନା ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି। ଡାକ୍ତର ଏବଂ ବୈଜ୍ଞାନିକଙ୍କୁ ବାଦ୍ ଦେଇ ସାର୍ବଜନୀନ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି। ପୋର୍ଟାଲ www.awards.gov.inରେ ଏବେ ଅନେକ ପୁରସ୍କାର ପାଇଁ ଆବେଦନ ସ୍ଵୀକାର କରାଯାଉଛି।

   Related Posts