ଶିବରାଜଙ୍କ ବଡ ଘୋଷଣା, କେବଳ ମଧ୍ୟ ପ୍ରଦେଶର ଯୁବକଙ୍କୁ ହିଁ ମିଳିବ ରାଜ୍ୟର ସରକାରୀ ଚାକିରି

Published By : Prameya-News7 Bureau | August 18, 2020 IST

ଭୋପାଳ ୧୮।୦୮: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ମଙ୍ଗଳବାର ରାଜ୍ୟର ସରକାରୀ ଚାକିରିକୁ ନେଇ ବଡ ଘୋଷଣା କରିଛନ୍ତି। ଶିବରାଜ କହିଛନ୍ତି ରାଜ୍ୟର ସରକାରୀ ଚାକିରି ଏବେ କେବଳ ରାଜ୍ୟର ଯୁବକଙ୍କୁ ହିଁ ଦିଆଯିବ ଏବଂ ଏଥିପାଇଁ ଆମେ ଆବଶ୍ୟକ ଆଇନର ପ୍ରାବଧାନ କରିବୁ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଏକ ଭିଡିଓ ସନ୍ଦେଶ ଜାରି କରି କହିଛନ୍ତି, ଆଜି ମଧ୍ୟ ପ୍ରଦେଶ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସରକାରୀ ଚାକିରି ଏବେ କେବଳ ସ୍ଥାନୀୟ ଲୋକଙ୍କୁ ଦିଆଯିବ। ସେ କହିଛନ୍ତି ଏଥିପାଇଁ ଆମେ ଆବଶ୍ୟକ ଆଇନର ପ୍ରାବଧାନ କରୁଛୁ। ରାଜ୍ୟର ସମ୍ବଳ ରାଜ୍ୟର ପିଲାଙ୍କ ପାଇଁ ବୋଲି ସେ କହିଛନ୍ତି।

wp:html /wp:html

ଶିବରାଜ ସିଂହ ଅନ୍ୟ ଏକ ଟ୍ଵିଟ୍‌ରେ ଲେଖିଛନ୍ତି ମଧ୍ୟ ପ୍ରଦେଶର ଯୁବ ବର୍ଗଙ୍କ  ଭବିଷ୍ୟତ କଣ ବେରୋଜଗାରୀ ଭତ୍ତା ଉପରେ ରହିବ। ଆମର ଏହି ଲକ୍ଷ୍ୟ  କେବେ ବି ନଥିଲା ଓ ନା ରହିଛି। ଯେଉଁମାନେ ଏଠାକାର ମୂଳ ନିବାସୀ ସେମାନଙ୍କ ପାଇଁ ହିଁ ରାଜ୍ୟର ସରକାରୀ ଚାକିରି ଉଦ୍ଦିଷ୍ଟ ରହିବ। ସେମାନେ ରାଜ୍ୟର ଭବିଷ୍ୟତ ସମ୍ଭାଳିବେ ଏହା ମୋର ସ୍ଵପ୍ନ।

ଏହା ପୂର୍ବରୁ ଗତ ବର୍ଷ ଜୁଲାଇରେ କଂଗ୍ରେସ ଶାସନକାଳରେ ମୁଖ୍ୟମନ୍ତ୍ରୀ ରହିଥିବା କମଲନାଥ କହିଥିଲେ ଘରୋଇ କ୍ଷେତ୍ରରେ ମୋଟ୍ ରୋଜଗାରର ୭୦ ପ୍ରତିଶତ ସ୍ଥାୟୀ ନିବାସୀଙ୍କ ପାଇଁ ସଂରକ୍ଷିତ ରଖାଯିବାର ପ୍ରାବଧାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.