oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଆମେ ସରକାର ଚଲାଉନୁ, ବାସ୍ କେବଳ ମ୍ୟାନେଜ୍ କରୁଛୁ…, କର୍ଣ୍ଣାଟକ ମନ୍ତ୍ରୀଙ୍କ ଅଡିଓ କ୍ଲିପ୍ ଭାଇରାଲ୍

16/08/2022 at 8:34 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରର ଜଣେ ମନ୍ତ୍ରୀଙ୍କ ଅଡ଼ିଓ ଟେପ୍ ଲିକ୍ ହେବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଥିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କୁ ହରଡଘଣାରେ ପକାଇ ଦେଇଛି। ଏପରିକି ମୁଖ୍ୟମନ୍ତ୍ରୀ ଖୋଦ୍ ସ୍ଵୀକାର କରିଛନ୍ତି ଯେ, ଲିକ୍ ଅଡିଓ ଟେପ୍‌ ସତ୍ୟ ଅଟେ। ମାତ୍ର ଏହାକୁ ଭୁଲ୍ ଅର୍ଥରେ ନିଆଗଲା। କର୍ଣ୍ଣାଟକର ଆଇନମନ୍ତ୍ରୀ ଜେସି ମଧୁସ୍ଵାମୀଙ୍କୁ ଏକ ଅଡିଓ କ୍ଲିପରେ ଏହା କହୁଥିବା ଶୁଣିବାକୁ ମିଳିଛି ଯେ, ଆମେ ସରକାର ଚଲାଉନୁ, କେବଳ ଏହାକୁ ମ୍ୟାନେଜ୍ କରୁଛୁ।

ତାଙ୍କର ଏହି ଟିପ୍ପଣୀ ସେହି ସମୟରେ ଭାଇରାଲ୍ ହୋଇଛି, ଯେତେବେଳେ ୬୨ ବର୍ଷୀୟ ବୋମ୍ମାଇଙ୍କ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତାବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏମିତିରେ ବି ବିଜେପି ବୋମ୍ମଇଙ୍କ କାର୍ଯ୍ୟଶୈଳୀକୁ ନେଇ ଖୁସି ନାହିଁ। ତେଣୁ ନିର୍ବାଚନ ପୂର୍ବରୁ ବିଜେପି କର୍ଣ୍ଣାଟକରେ ନୂତନ ଚେହେରାଙ୍କୁ ସୁଯୋଗ ଦେବାକୁ ଚାହୁଁଛି, ଯାହା ଫଳରେ ପାର୍ଟି ଉପରେ ପ୍ରତିକୂଳ ସ୍ଥିତି ନପଡେ। ତେବେ ଦୁଇ ଦିନ ପୂର୍ବେ ବିଜେପିର ଜଣେ ବରିଷ୍ଠ ନେତା କହିଥିଲେ, ବୋମ୍ମଇଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ହିଁ ପାର୍ଟି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। ଉଲ୍ଲେଖଯୋଗ୍ୟ, ୨୦୨୧ରେ ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ସୂଚନାଯୋଗ୍ୟ, ମଧୁସ୍ଵାମୀ ଏବଂ ଚନ୍ନାପାଟନାର ସାମାଜିକ କର୍ମୀ ଭାସ୍କରଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ ଶନିବାର ସାମ୍ନାକୁ ଆସିଥିଲା। କଥାବାର୍ତ୍ତା ସମୟରେ ମଧୁସ୍ଵାମୀ ଭାସ୍କରଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଆମେ ଏଠାରେ ସରକାର ଚଲାଉନୁ, ଆମେ କେବଳ କୌଣସି ପ୍ରକାରେ ମ୍ୟାନେଜ୍ କରୁଛୁ। ଏହିପରି ସରକାରକୁ ଆଉ ସାତ ଆଠ ମାସ ଟାଣିବାକୁ ପଡିବ।

   Related Posts