୧୯ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର

Published By : Prameya-News7 Bureau | September 27, 2018 IST

ନୂଆଦିଲ୍ଲୀ ୨୭|୯: ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ କମି କମି ଚାଲିଥିବା ବେଳେ ଚଳନ୍ତି ବିତ୍ତୀୟ ନିଅଣ୍ଟ ବା କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛନ୍ତି ସରକାର । ୧୯ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି ସରକାର । ଯାହା ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏସି, ଫ୍ରିଜ୍, ଟିଭି ଏବଂ ବିମାନ ଯାତ୍ରା ମହଙ୍ଗା ହେବ । ଏଭିଏସନ୍ ଟର୍ବାଇନ୍ ଫୁଏଲ୍ ଉପରେ ଆମଦାନୀ ଶୁଳ୍କ ଆଦୌ ନଥିବା ବେଳେ କେନ୍ଦ୍ର ସରକାର ତାହା ୫ ପ୍ରତିଶତ କରିଛନ୍ତି । ଏୟାର୍ କଣ୍ଡିସନର୍ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ଥିବା ବେଳେ ତାହା ୨୦ ପ୍ରତିଶତ ହୋଇଛି । ସେହିଭଳି ପ୍ଲାଷ୍ଟିକରେ ନିର୍ମିତ ରେଡିଏଲ୍ ଟାୟାର୍, ଟ୍ରାଭେଲ୍ ବ୍ୟାଗ୍, ସୁଟକେଶ୍, ବ୍ୟାଗ୍ ଆଦି ଉପରେ ଆମଦାନୀ ଶୁଳ୍କ ପୂର୍ବ ନିର୍ଦ୍ଧାରଣ ଠାରୁ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.