୧୦ରୁ କମ ପିଲା ଥିବା ସ୍କୁଲ ବନ୍ଦ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି, ହେଲେ ଗ୍ରାଉଣ୍ଡ ଜିରୋରେ କଣ ପରିସ୍ଥିତି ଜାଣନ୍ତୁ

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର୨୫|୬: ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ୧୦ରୁ କମ ଉପସ୍ଥାପନା ଥିବା ୯୯୬ ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହେଉଛି, ସେ ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ ଟିମ୍ ।,.

{"id":127167}

୧୦ରୁ କମ ପିଲା ଥିବା ପ୍ରଥମିକ ବିଦ୍ୟାଳୟ ବନ୍ଦ ହେବ । ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ୯୯୬ଟି ସ୍କୁଲରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ଭାଳେଣି ପଡିଲାଣି । ଏମିତି କିଛି ସ୍କୁଲକୁ ଯାଇ ସ୍ଥିତି ପରଖିଥିଲା ନ୍ୟୁଜ ସେଭେନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ସାନ ନିପାଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏଠି ପ୍ରଥମରୁ ପଞ୍ଚମ ଯାଏଁ ୯ ଜଣ ଛାତ୍ରଛାତ୍ରୀ ଅଛନ୍ତି । ନିକଟରେ ଥିବା ନିପାଣିଆ ପ୍ରାଇମେରୀ ସ୍କୁଲକୁ ଏମାନଙ୍କୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଗ୍ରସ୍ତ ଖର୍ଚ୍ଚ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ କିନ୍ତୁ ନାଖୁସ୍ ।

{"id":127168}

ବାଙ୍କୀ ଡମପଡା ବ୍ଳକ ଓ ଏନଏସିରେ ଥିବା ଦୁଇଟି ସ୍କୁଲ ପିଲାସଂଖ୍ୟା କମରୁ ବନ୍ଦ ହେବ । ମୁରାରିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ମୋଟ ପିଲା ସଂଖ୍ୟା ୫ ଜଣ । ସେହିଭଳି ଶ୍ରୀଚନ୍ଦନପୁର ପାଥମିକ ବିଦ୍ୟାଳୟରେ ମୋଟ ୮ ଜଣ ପିଲା ପଢୁଛନ୍ତି । ଏହି ଦୁଇଟି ସ୍କୁଲରେ ତାଲା ପଡିବା ନିଶ୍ଚିତ ହୋଇଯାଇଛି । ଅଭିଭାବକ କିନ୍ତୁ ଏହାକୁ ଗ୍ରହଣ କରିବାକୁ ନାରଜ । ପିଲାମାନେ କିଭଳି ସୁରକ୍ଷିତ ଭାବେ ଅନ୍ୟ ସ୍କୁଲକୁ ଯାତାୟତ କରିବେ ସେଥିପ୍ରତି ଧ୍ୟାନଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.