scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସବୁ ଅନଲାଇନ୍ ଗେମିଂ ବିଜ୍ଞାପନରେ ସତର୍କତା ବାର୍ତ୍ତା ବାଧ୍ୟତାମୂଳକ, ସରକାର ଜାରି କଲେ କଡା ନିର୍ଦ୍ଦେଶ

5/12/2020 at 1:46 PM

ନୂଆଦିଲ୍ଲୀ,୦୫/୧୨:  କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ୍ ଗେମିଂ ଆପ୍‌ର ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି । ଏହି ସବୁ ଫେକ୍ ଗେମିଂ ଆପ୍ଲିକେସନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ଏହାସହ ବିଭିନ୍ନ ଟିଭି ଚ୍ୟାନେଲକୁ ଏପରି ଗେମ୍ ବାବଦରେ ବିଜ୍ଞାପନ ଦେବା ପୂର୍ବରୁ ସଠିକ ଭାବେ ଏହାର ସତ୍ୟତା ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଶୁକ୍ରବାର ଏକ ଆଡଭାଇଜରୀ ଜାରି କରି କହିଛି ଯେ, ଅନେକ ଟିଭି ଚ୍ୟାନେଲ୍ ଅନଲାଇନ୍ ଫ୍ୟାଣ୍ଟାସୀ ଗେମିଂ ଆପ୍ ବାବଦରେ ବିଜ୍ଞାପନ ଦେଖାଉଛନ୍ତି ।  ଏହାସହ କିପରି ଏହି ଆପରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ଅଛି ସେନେଇ କିଛି କହୁ ନାହାଁନ୍ତି । ଏପରି ଅନେକ ଆପ୍ ଅଛି ଯେଉଁଥିରେ ଜୁଆ ଖେଳ ହୁଏ । ଟଙ୍କା କାରବାର ହୁଏ ।

ଏହି ଆଇଭାଇଜାରୀ ଆସନ୍ତା ୧୫ ତାରିଖରୁ ଲାଗୁ ହେବ । ଏପରିକି କୌଣସି ୧୮ ବର୍ଷରୁ କମ୍ ଯୁବକ ଯେପରି ଏହି ଖେଳ ଦ୍ୱାରା ଟଙ୍କା ଜିତୁଥିବା ବିଜ୍ଞାପନରେ ନଆସେ ସେନେଇ ଟିଭି ଚ୍ୟାନେଲ ଦୃଷ୍ଟି ଦେବେ । ଏପରିକି ଖବର କାଗଜକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି । ମୋଟ୍ ବିଜ୍ଞାପନର ୨୦ ପ୍ରତିଶତ ଅଂଶରୁ କମ ଅଂଶରେ ଏହି ବିଜ୍ଞାପନ ଆସିବା ଆବଶ୍ୟକ । ସେହିପରି ଅଡିଓ ଭିଜୁଆଲରେ ମଧ୍ୟ ସାଧାରଣ ସ୍ୱରରେ ଓ ସମାନ ଭାଷାରେ ଏହି ବିଜ୍ଞାପନ ପ୍ରସାରଣ କରାଯାଇ ପାରିବ ।

ଏହି ଅନଲାଇନ୍ ଗେମିଂକୁ ରୋଜଗାରର ପନ୍ଥା ଭାବେ ଦର୍ଶାଇବାକୁ ସରକାର ମନା କରିଛନ୍ତି । ଏହାସହ ଏହି ଆଡରେ ପ୍ରଦର୍ଶିତ ବ୍ୟକ୍ତିବିଶେଷଙ୍କୁ ଅନ୍ୟମାନଙ୍କଠୁ ସଫଳ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ସରକାର ଆଡଭାଇଜାରୀରେ ସୂଚନା ଦେଇଛନ୍ତି ।

   Related Posts