oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ତେଲ ଦର ବୃଦ୍ଧି ନେଇ ଫେଲ୍ ହୋଇଥିବା ପିଲା ପରି ତର୍କ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ, କହିଲେ…

5/04/2022 at 10:08 PM

ନୂଆଦିଲ୍ଲୀ ୦୫।୦୪:  ସ୍କୁଲରେ ଯେବେ ପିଲା ଫେଲ୍ ହୁଏ, ସେ ଘରକୁ ଯାଇ କହେ ମୁଁ କେବଳ ଫେଲ୍ ହୋଇ ନାହିଁ, ୧୦ ଜଣ ପିଲାଙ୍କ ନାମ ଗଣି ଗଣି କୁହେ ଯେ ଏମାନେ ମଧ୍ୟ ଫେଲ୍ ହୋଇଛନ୍ତି। କିଛି ଏମିତି ହିଁ ଦୃଶ୍ୟ ମଙ୍ଗଳବାର ଲୋକସଭାରେ ଦେଖିବାକୁ ମିଳିଛି। ଦେଶରେ ହୁ ହୁ ହୋଇ ବଢି ଚାଲିଛି ତେଲ ଦର। ଏଥିରେ ଜନତା ହନ୍ତସନ୍ତ। ଲଗାତାର ତୈଳ ଦର ବୃଦ୍ଧି କାରଣରୁ ସମାଲୋଚନାର ଶିକାର ନରେନ୍ଦ୍ର ମୋଦୀ ସରକାର ମଙ୍ଗଳବାର ଏହି ପ୍ରସଙ୍ଗରେ ଜବାବ ରଖିଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ବିଦେଶର ତେଲ ଦାମ ପାଠ ପଢାଇଛନ୍ତି।

ସେ କହିଛନ୍ତି ବାକି ଦେଶ ତୂଳନାରେ ଭାରତରେ ତୈଳ ଦର ପାଞ୍ଚ ପ୍ରତିଶତ ମଧ୍ୟ ବଢି ନାହିଁ। ପୁରୀ ବାକି ଦେଶର ଉଦାହରଣ ଦେଇ କହିଛନ୍ତି, ବ୍ରିଟେନ୍, ଆମେରିକା, ଜର୍ମାନୀ ଏବଂ ଫ୍ରାନ୍ସରେ ତେଲ ଦାମ ୫୦ ପ୍ରତିଶତ ବଢି ସାରିଛି। ତେଲ ଦର ବଢୁଥିବାର କାରଣ ରୁଷ-ୟୁକ୍ରେନ ଯୁଦ୍ଧ ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ।

ହରଦୀପ ସିଂହ ପୁରୀ କହିଛନ୍ତି, ଭାରତ ଏକ ମାତ୍ର ଦେଶ ନୁହେଁ ଯେଉଁଠି ଯୁଦ୍ଧର ପ୍ରଭାବ ପଡିଛି। ଅନେକ ଦେଶରେ ଏହାର ପ୍ରଭାବରେ ତେଲ ଦାମ ଆକାଶଛୁଆଁ ବଢିଛି। ବାକି ଦେଶଗୁଡିକ ତୂଳନାରେ ଭାରତରେ ୧୦ରୁ ମାତ୍ର ଏକ ପ୍ରତିଶତ ତୈଲ ଦର ବଢିଛି। ଆମେରିକାରେ ତେଲ ମୂଲ୍ୟ ୫୧ ପ୍ରତିଶତ ବୃଦ୍ଧି ଘଟିଛି, କାନାଡାରେ ୫୨ ପ୍ରତିଶତ, ବ୍ରିଟେନ ଓ ଜର୍ମାନୀରେ ୫୫ ପ୍ରତିଶତ ତେଲ ଦର ବୃଦ୍ଧି ଘଟିଛି। ଏହା ବ୍ୟତୀତ ଫ୍ରାନ୍ସ ୫୦ ପ୍ରତିଶତ ଏବଂ ସ୍ପେନରେ ୫୮ ପ୍ରତିଶତ ତେଲ ଦାମ ବଢିଛି। ମାତ୍ର ଭାରତରେ କେବଳ ୫ ପ୍ରତିଶତ ତେଲ ଦାମ ବଢିଛି। ଗ୍ୟାସ୍ ଦାମ ବୃଦ୍ଧିକୁ ନେଇ ହରଦୀପ ସିଂହ ପୁରୀ କହିଛନ୍ତି, ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଦାମରେ ବୃଦ୍ଧି ଘଟିଛି।

ଉଲ୍ଲେଖନୀୟ, ତେଲ ଦାମ ଲଗାତାର ବଢିବା ନେଇ ସରକାର ବିରୋଧୀ ଦଳଗୁଡିକର ନିଶାଣରେ ଅଛନ୍ତି। ମଙ୍ଗଳବାର ମଧ୍ୟ ତେଲ ଦାମ ୮୦ ପଇସା ବୃଦ୍ଧି ଘଟିଛି। ଗତ ୧୫ ଦିନରେ ୧୩ ଥର ତୈଳ ଦାମ ବଢି ସାରିଛି। ଗତ ସାଢେ ଚାରି ମାସର ହିସାବକୁ ଦେଖିଲେ ଏହି ସମୟରେ ତେଲ ଦାମ ଲିଟର ପିଛା ୯.୨ ଟଙ୍କା ବଢିଛି।

   Related Posts