ନୂଆଦିଲ୍ଲୀ: କାନାଡ଼ା ଆମେରିକୀୟ ନାଗରିକ ତଥା ସିଖ୍ ଫର ଜଷ୍ଟିସ୍ ନେତା ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ଉଦ୍ୟମ ନେଇ ଆମେରିକା ଭାରତକୁ ଜଣାଇବା ପରେ ଅଭିଯୋଗକୁ ଗୁରୁତର ସହ ନେଇଛି ଭାରତ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ନିକଟରେ ଦ୍ୱିପାଖିକ ବୈଠକରେ ଅପରାଧି, ଆତଙ୍କବାଦୀ, ବନ୍ଧୁକଧାରୀଙ୍କ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ନେଇ ଆମେରିକା ଭାରତକୁ ସୂଚନା ଦେବା ପରେ ଭାରତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ତଦନ୍ତକାରୀ କମିଟି ଯାହା ରିପୋର୍ଟ ଦେବେ ଭାରତ ସରକାର ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହାର କିଛିଦିନ ପୂର୍ବରୁ ବ୍ରିଟେନ୍ ଖବରକାଗଜ ଫାଇନାନ୍ସିଆଲ୍ ଟାଇମ୍ସରେ ପନ୍ନୁ ହତ୍ୟା ଉଦ୍ୟମ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ ଆମେରିକାର ଜଣେ ସୁରକ୍ଷା ଅଧିକାରୀ କହିଥିଲେ ଯେ ପନ୍ନୁକୁ ଭାରତ ପକ୍ଷରୁ ହତ୍ୟା ଉଦ୍ୟମ କରାଯାଇଥିଲା। ହେଲେ ଆମେରିକା ଏହାକୁ ପଣ୍ଡ କରିଦେଇଛି। ଭାରତକୁ ଏନେଇ ସତର୍କ ସୂଚନା ଦିଆଯାଇଛି ବୋଲି ଫାଇନାନ୍ସିଆଲ୍ ଟାଇମ୍ସ ଖବର ପ୍ରକାଶ କରିଥିଲା।
ପଢ଼ନ୍ତୁ-ଅନ୍ତ ହେବ କି ଯୁଦ୍ଧ ? ୧୨ ବନ୍ଧକକୁ ମୁକ୍ତ କଲା ହମାସ, ୩୦ ପାଲେଷ୍ଟାଇନ୍ଙ୍କୁ ବି ଛାଡିଲା ଇସ୍ରାଏଲ
ଘଟଣା ସମ୍ପର୍କରେ ପନ୍ନୁକୁ ପ୍ରଶ୍ନ କରିବାରୁ ପନ୍ନୁ କହିଥିଲା ଯେ ତାକୁ ଏ ବିଷୟରେ ବୟାନ ଦେବାକୁ ଆମେରିକା ସରକାର ମନା କରିଛନ୍ତି। ଏ ବିଷୟରେ ଆମେରିକା ସରକାର ହିଁ ଜବାବ ଦେବେ ବୋଲି ପନ୍ନୁ କହିଥିଲା।
ଗତ ସପ୍ତାହରେ ଏନେଇ ଆମେରିକା ଭାରତକୁ ଖବର ଦେଇଥିଲା ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ଦେଇଥିଲେ। ହେଲେ ସେ ତାଙ୍କ କଥାରେ ପନ୍ନୁ ନାଁ ଉଲ୍ଲେଖ କରି ନଥିଲେ।
ଏହାପରେ ଆମେରିକା ରାଷ୍ଟ୍ରପତି ଭବନ ପ୍ରବକ୍ତା ଆଡ୍ରିନେ ୱାଟ୍ସନ ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା। ଭାରତ ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହେବା ସହ ଚିନ୍ତା ପ୍ରକଟ କଲା। ଏହା ଭାରତର ପଲିସି ନୁହେଁ ବୋଲି ଭାରତ କହିଥିବା ଆଡ୍ରିନେ କହିଥିଲେ।
ପଢ଼ନ୍ତୁ-ଖଲିସ୍ତାନ ଆତଙ୍କବାଦୀ ଗୁର
ପଢ଼ନ୍ତୁ-