ବୃଦ୍ଧା ତରୁ ପାତ୍ରଙ୍କୁ ମିଳିବ ସରକାରୀ ସହାୟତା

Published By : Prameya-News7 Bureau | August 14, 2018 IST

କେନ୍ଦୁଝର୧୪/୮:ଅସହାୟ ଅବସ୍ଥାରେ ପଡି ରହିଥିବା ବିଧବା ବୃଦ୍ଧା ତରୁ ପାତ୍ରଙ୍କୁ ମିଳିଲା ସରକାରୀ ସହାୟତା । ଘଟଗଁ। ମେଲାଣ ଗଁ।ର ତରୁ ପାତ୍ର ଅସହାୟ ଅବସ୍ଥାରେ ମାଟି ଘରେ ପଡିରହିଥିବା ଖବର ନ୍ୟୁଜ ୭ରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବ୍ଲକ୍ ଚେୟାଚମ୍ୟାନ୍ ନିଜେ ତରୁ ପାତ୍ରଙ୍କୁ ଭେଟିଛନ୍ତି । ତାଙ୍କୁ ସରକାର ଦୁଇ ତିନି ଦିନ ମଧ୍ୟରେ ଏକ ଘର ଖଣ୍ଡିଏର ବ୍ୟବସ୍ଥା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ତାଙ୍କୁ ସରକାରୀ ସହୟତା ଦିଆଯିବ ବେ।ଲି ପ୍ରତିଶ୍ରୁତି ମିଳିଛି । ୭୦ ବର୍ଷୀୟ ବିଧବା ବୃଦ୍ଧା ତରୁ ପାତ୍ର ସ୍ବାମୀ ଚାଲିଗଲା ପରେ ତାଙ୍କ ଝିଅ ଘରେ ରହୁଥିଲେ । କିଛି ବର୍ଷ ପରେ ତରୁକୁ ରଖିବାକୁ ସକ୍ଷମ ନୁହେଁ ବେ।ଲି କହି ଘରୁ ବାହାର କରିଦେଇଥିଲେ ଜ୍ବାଇଁ । ଏହାପରେ ଝାଟିମାଟି ଘରେ ଦୁଃଖକଷ୍ଟେ ଜୀବନ ବିତାଉଥିଲେ ତରୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.