WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୁଣା ପେନ୍‌ସନ ଯୋଜନା ଲାଗୁ କରିବାକୁ ରାଜଧାନୀ ଦିଲ୍ଲୀରେ ବଡ଼ ଆନ୍ଦୋଳନ, ସମର୍ଥନ କଲା ଆପ୍‌ ଓ କଂଗ୍ରେସ

1/10/2023 at 6:31 PM

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଛତିଶଗଡ଼ ଭଳି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ପୂରୁଣା ପେନସନ ସ୍କିମ୍‌ ଲାଗୁ ହୋଇଥିବା ବେଳେ ଏବେ ଦିଲ୍ଲୀରେ ଲାଗୁ କରିବାକୁ ଦାବି ଜୋର ଧରିଛି। ଏନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଚାକିରିଆ। ଦିଲ୍ଲୀ ରାମଲିଳା ମଇଦାନରେ ଆନ୍ଦୋଳନ କରିବା ସହ ପୁରୁଣା ପେନ୍‌ସନ ଲାଗୁ କରିବାକୁ ନାରା ଲଗାଇଛନ୍ତି।

ନ୍ୟାସନାଲ ମୁଭମେଣ୍ଟ ଫର ଓଲ୍ଡ ପେନ୍‌ସନ୍ ସ୍କିମ୍ (NMOPS)ର ନେତା ବିଜୟ କୁମାର ବନ୍ଧୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ଆମେ ଏହି ଆନ୍ଦୋଳନ କରିଛୁ। କାରଣ ଏଥିରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ା। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଚାପ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଦେଶର ରାଜଧାନୀରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିସାରିଛନ୍ତି।

ପଢ଼ନ୍ତୁ-ବିହାରରେ ମାତିଲା ଡେଙ୍ଗୁ; ଭାଙ୍ଗିଲା ୫ ବର୍ଷର ରେକର୍ଡ, ସେପ୍ଟେମ୍ବର ମାସରେ ସର୍ବାଧିକ

କଂଗ୍ରେସ ପାର୍ଟି ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛି। ଦଳ କହିଛି ଯେ ପୁରୁଣା ପେନ୍‌ସନ୍‌ କର୍ମଚାରୀଙ୍କ ଅଧିକାର। ”ଦେଶ ସେବା କରୁଥିବା କର୍ମଚାରୀଙ୍କ ସମ୍ମାନରେ ଏହାକୁ ଲାଗୁ କରିବାକୁ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛି।

   Related Posts