କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ, ତେହରିକ୍‌-ଏ-ହୁରିୟତକୁ କଲେ ଆତଙ୍କୀ ସଂଗଠନ ଘୋଷଣା

Published By : Prameya-News7 Bureau | December 31, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ତହରିକ୍‌-ଏ-ହୁରିୟତକୁ ଆତଙ୍କୀ ସଂଗଠନ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଅମିତ ଶାହ ଲେଖିଛନ୍ତି ‘‘ତେହରିକ୍‌-ଏ-ହୁରିୟତ ଜମ୍ମୁ କଶ୍ମୀରକୁ ୟୁଏପିଏ ଅନୁଯାୟୀ ଏକ ଅବୈଧାନିକ ସଂଘ ଘୋଷଣା କରାଯାଇଛି । ଏହି ସଂଗଠନ ଜମ୍ମୁ କଶ୍ମୀରକୁ ଭାରତଠାରୁ ଅଲଗା କରିବା ଏବଂ ଇସଲାମୀ ଶାସନ ସ୍ଥାପନ କରିବା ପାଇଁ ଗିତିବିଧରେ ଲିପ୍ତ ଥିଲା। ଏମିତିକି ଜମ୍ମୁ କଶ୍ମୀରେ ବିଚ୍ଛିନ୍ନତାବାଦକୁ ପ୍ରଶୟ ଦେବା, ଭାରତ ବିରୋଧରେ କୁପ୍ରଚାର ପ୍ରଚାର କରିବା ଏବଂ ଆତଙ୍କୀ ଗତିବିଧି ମଧ୍ୟ ଜାରି ରଖିଥିଲା।’’

wp:html /wp:html

ଆହୁରି ପଢ଼ନ୍ତୁ: ମୁସଲିମ ଲିଗ୍‌ ଜମ୍ମୁ-କଶ୍ମୀରକୁ ବ୍ୟାନ୍ କଲା କେନ୍ଦ୍ର, ଆତଙ୍କୀ ଗତିବିଧିରେ ଥିଲା ସାମିଲ୍‌

ସେ ଆହୁରି ଲେଖିଛନ୍ତି ‘‘ଆତଙ୍କବାଦୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜି​‌ରୋ ଟଲରାନ୍ସ ନୀତି ଅନୁଯାୟୀ ଭାରତ ବିରୋଧୀ ଗତିବିଧିରେ ସାମିଲ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ତୁରନ୍ତ ବିଫଳ କରିଦିଆଯିବ।’’

ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ପରିଚାଳିତ ରାଜନୀତିକ ଦଳ ମୁସଲିମ୍‌ ଲି ଜମ୍ମୁ କଶ୍ମୀର- ମସରତ ଆଲମ ଗୋଷ୍ଠୀକୁ କେନ୍ଦ୍ର ସରକାର ୟୁଏପିଏ ଅନୁଯାୟୀ ଅବୈଧ ଘୋଷଣା କରିଥିଲେ। ଅଭିଯୋଗ ରହିଛି, ଏହି ଦଳର ସଦସ୍ୟ ଜମ୍ମୁ କଶ୍ମୀରେ ଆତଙ୍କି ଗତିବିଧୀରେ ସାମିଲ୍‌ ଥିଲେ। ଆଉ ସେହିଭଳି ସମୂହଙ୍କୁ ସମର୍ଥନ କରୁଥିଲେ। ଯାହା ଦେଶର ଅଖଣ୍ଡତା ଏବଂ ସୁରକ୍ଷା ପ୍ରତି ବିପଦ ଥିଲା।

ଆହୁରି ପଢ଼ନ୍ତୁ: ପ୍ରଭୁ ଶ୍ରୀରାମଙ୍କ ପ୍ରେମରେ ମୁସଲିମ ଯୁବତୀ, ୧୪୨୫ କିମି ଚାଲି ଚାଲି ପହଞ୍ଚିବେ ଅଯୋଧ୍ଯା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.