ଡାକୋଟା ବିମାନ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାର ନେଲେ ନିଷ୍ପତ୍ତି

Published By : Prameya-News7 Bureau | January 16, 2020 IST

ଭୁବନେଶ୍ବର ୧୬/୧: କୋଲକାତା ବିମାନ ବନ୍ଦରରେ ପଡ଼ି ରହି ନଷ୍ଟ ହେଉଥିବା  ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ଓଡ଼ିଶା ଅଣାଯିବ।  ଏନେଇ ବିଭିନ୍ନ ମହଲରେ ବାରମ୍ବାର ଦାବି ହେଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି।  ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଡାକୋଟା ଓଡ଼ିଶା ଅଣାଯିବ ତେବେ ଏହାକୁ କେଉଁଠାରେ ରଖାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ସଚିବ ମନୋଜ ମିଶ୍ର କହିଛନ୍ତି।

{"id":212048,"sizeSlug":"large"}

   ବିଜୁ ପଟ୍ଟନାୟକ ବ୍ୟବହାର କରୁଥିଲେ ଡାକୋଟା ବିମାନ।  ସେତେବେଳେ  ଏହା ସାହାଯ୍ୟରେ ଅନେକ ଅସାଧ୍ୟ ସାଧନ କରିପାରିଥିଲେ। ବିଜୁ ପଟ୍ଟନାୟକଙ୍କ ଜୀବନର ଏକ ଅଭୁଲା ଅଂଶ ଥିଲା ଏହି ଡାକୋଟା ବିମାନ। ତେବେ କାଳକ୍ରମେ ଏହି ବିମାନ ଅକାମୀ ହୋଇଯିବା ପରେ କୋଲକାତା ବିମାନ ବନ୍ଦରରେ ଏହା ପଡ଼ି ନଷ୍ଟ ହେଉଛି।  ଏହି ବିମାନକୁ ଓଡ଼ିଶାକୁ ଆଣି କଟକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ମ୍ୟୁଜିୟମରେ ସ୍ଥାନ ଦେବା ଲାଗି ଦାବି ହୋଇ ଆସୁଛି।  ରାଜ୍ୟ ସରକାର ମଧ୍ୟ ଅନେକ ସମୟରେ ସମାନ ମତବ୍ୟକ୍ତ କରିଛନ୍ତି।  ଏବେ  ବିଧିବଦ୍ଧ ଭାବେ ରାଜ୍ୟ ସରକାର ଡାକୋଟାକୁ ଓଡ଼ିଶା ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.