PPF-SCSCରେ ନିବେଶ କରିଥିବା ନିବେଶକଙ୍କ ନିମନ୍ତେ ଖୁସି ଖବର, ନିୟମ ପରିବର୍ତ୍ତନ କରିଛନ୍ତି ସରକାର
11/11/2023 at 3:01 PM

ନୂଆଦିଲ୍ଲୀ ୧୧।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରିଥିବା ନିବେଶକଙ୍କ ନିମନ୍ତେ ଖୁଶି ଖବର। ଯଦି ଆପଣ ପିପିଏଫ, ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସସି)ସମେତ ସ୍ମଲ ସେଭିଂ ସ୍କିମମାନଙ୍କରେ ଅର୍ଥ ନିବେଶ କରିଛନ୍ତି ତେବେ ସରକାରଙ୍କ ପକ୍ଷରୁ ନିୟମରେ ବଡ଼ ରିହାତି ଦିଆଯାଇଛି। ନୂଆ ମାନଦଣ୍ଡ ଅନୁସାରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଆକାଉଣ୍ଟ ଖୋଲିବା ଲାଗି ୩ ମାସ ସମୟ ମିଳୁଥିଲା ଏବେ ଏହି ଯୋଜନାରେ ମାସକ ମଧ୍ୟରେ ଆକାଉଣ୍ଟ ଖୋଲା ଯାଇ ପାରିବ।
ସରକାରୀ ନୋଟିଫିକେସନ ଅନୁସାରେ କୌଣସି ବ୍ୟକ୍ତିଙ୍କ ଅବସର ଦିନଠାରୁ ୩ ମାସ ମଧ୍ୟରେ ସିନିୟର ସିଟିଜେନ ସେଭିଂ ସ୍କିମରେ ନିଜର ଆକାଉଣ୍ଟ ଖୋଲି ପାରନ୍ତି। ସରକାରଙ୍କ ପକ୍ଷରୁ ଏହି ନୋଟିଫିକେସନ ନଭେମ୍ବର ୯ ତାରିଖରେ ଜାରି ହୋଇଛି। ଏଥିରେ ଖାତା ବନ୍ଦ କରିବାର ନିୟମ ମଧ୍ୟ ବଦଳିଛି। ଅଧିସୂଚନା ରେ କୁହାଯାଇଛି ମାଚ୍ୟୋରେଟି ତାରିଖ ଅଥବା ଏକ୍ସିଡେଣ୍ଟ ମାଚ୍ୟୋରିଟି ତାରିଖରେ ଯୋଜନା ନିମନ୍ତ ଧାର୍ଯ୍ୟ ଦରରେ ସୁଧ ମିଳିବ। ସେହିପରି ସାର୍ବଜନିକ ଭବିଷ୍ୟନିଧି ମାମଲାରେ ସମୟ ପୂର୍ବରୁ ଆକାଉଣ୍ଟ ବନ୍ଦ କରିବା ସମ୍ପର୍କରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୯ ପ୍ରକାରର ସେଭିଂ ସ୍କିମ ଚଳାଯାଉଛି। ଏଥିରେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ),ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ), ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ, ରେକରିଂ ଡିପୋଜିଟ, କିସାନ ବିକାଶ ପତ୍ର, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଓ ସିନିୟର ସିଟିଜେନ ସେଭିଂ ସ୍କିମ ଆଦି ସାମିଲ ରହିଛି। ଏହି ସମସ୍ତ ଯୋଜନାରେ ସରକାରଙ୍କ ପକ୍ଷରୁ ଉଚ୍ଚ ହାରର ସୁଧ ମିଳିଥାଏ। ଏହା ଛଡା ଏହି ଯୋଜନା ମାନଙ୍କରେ ତ୍ରୈମାସିକ ଆଧାରରେ ପରିବର୍ତ୍ତନ କରାଯାଏ।