ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ୍ସଟର୍ଣ୍ଣାଲ ଅଡିଟର ଭାବେ ପୁଣିଥରେ ନିର୍ବାଚିତ ହେଲେ ଭାରତୀୟ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ
29/05/2023 at 9:22 PM

ନୂଆଦିଲ୍ଲୀ: ଭାରତୀୟ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏକ୍ସଟର୍ଣ୍ଣାଲ ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ୪ ବର୍ଷ ପାଇଁ ଏକ୍ସଟର୍ଣ୍ଣାଲ୍ ଅଡିଟର୍ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ତାଙ୍କ କାର୍ଯ୍ୟକାଳ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ରହିବ। ଏହା ପୂର୍ବରୁ ମଧ୍ୟ ଶ୍ରୀ ମୁର୍ମୁ ୨୦୧୯ରୁ ଏହି ପଦବୀରେ ରହି ଆସିଛନ୍ତି।
ନିର୍ବାଚନରେ ତାଙ୍କର ବିଜୟ ନେଇ ଶ୍ରୀ ମୁର୍ମୁ କହିଛନ୍ତି “୨୦୨୩ ମେ ୨୯ ତାରିଖ ଜେନେଭାରେ ହୋଇଥିବା ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ଆସେମ୍ବଲିରେ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ପ୍ରଥମ ରାଉଣ୍ଡରେ ଭାରତର ସିଏଜି ଶ୍ରୀ ମୁର୍ମୁ ୧୫୬ ଭୋଟ୍ରୁ ୧୧୪ ଭୋଟ୍ରେ ବିଜୟୀ ହୋଇଛନ୍ତି।”
ସିଏଜି ନିଯୁକ୍ତି ଅନ୍ତର୍ଜାତୀୟ ସ୍ତରରେ, ପେଷାଗତ ଅନୁଭବ, ଉଚ୍ଚ ମାନକ, ବିଶ୍ୱରେ ଅଡିଟ୍ ଏକ୍ସିପିରିଏନ୍ସ ରାଷ୍ଟ୍ରୀୟ ସ୍ତରର ତାଙ୍କର ସ୍ଥିତିକୁ ଦର୍ଶାଇଥାଏ। ସିଏଜି ନିର୍ବାଚନ ବିଜୟର ଶ୍ରେୟ ଜାତିସଂଘର ଭାରତର ସ୍ଥାୟୀ ସଦସ୍ୟ ଓ ସିଏଜୀର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ଦେଇଛନ୍ତି।
ଏହା ପୂର୍ବରୁ ଶ୍ରୀ ମୁର୍ମୁ ୨୦୨୩ ଜେନେଭାରେ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ଅଡିଟର ଭାବେ ଦାୟିତ୍ୱ ନେଇଥିଲା। ଏହା ବାଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଛାଡ଼ି ଦେଲେ ସିଏଜି ବର୍ତ୍ତମାନ ଖାଦ୍ୟ ଓ କୃଷି ସଂଗଠନ(୨୦୨୦-୨୫), ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା(୨୦୨୨-୨୦୨୭), କ୍ୟାମିକାଲ ଅସ୍ତ୍ର ନିରାକରଣ ସଂସ୍ଥାରେ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଅଡିଟର ଜେନେରାଲ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ମୁର୍ମୁ।
ଜାତିସଂଘର ଏକ୍ସଟର୍ନାଲ୍ ଅଡିଟର ପାନେଲ୍ରେ ସିଏଜେ ଜଣେ ସଦସ୍ୟ ହେବା ସହିତ ଅନ୍ତର୍ଜାତୀୟ ସୁପ୍ରିମ ଅଡିଟ୍ ଇନଷ୍ଟିଚ୍ୟୁସନର ଗଭର୍ଣ୍ଣିଂ ବଡିର ବି ଜଣେ ସଦସ୍ୟ।