ସୁନ୍ଦରଗଡ଼ ୧୨/୦୨: ରାଜ୍ୟପାଳ ରଘୁବର ଦାଶଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ ଦ୍ୱିତୀୟ ଦିନ । ଏଠାକୁ ଆସି ପ୍ରଥମେ ସବଡେଗା ବ୍ଲକ ଭୋଜପୂର୍ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ରାଜ୍ୟପାଳ କହିବା ଶହ ଛାତ୍ରଛାତ୍ରୀଙ୍କୁ କଣ ସୁବିଧା ମିଳୁଛି ସେ ନେଇ ପ୍ରଶ୍ନ କରିଥିଲେ । ଏହାସହ ପୋଷଣ ଯୋଜନାରେ ସରକାର ଦେଉଥିବା ସହାୟତା ଠିକ୍ ଭାବରେ ମିଳୁଛି କି ନାହିଁ ପଚାରିବୁଝିଥିଲେ ।
ରାଜ୍ୟରେ ବହୁ ସଂଖ୍ୟାରେ ପିଲା ଅଧାରୁ ସ୍କୁଲ ଛାଡ଼ିଥିବା ବେଳେ ଏଠାରେ ସ୍ଥିତି କଣ ରହିଛି ପଚାରିବା ସହ ଶିକ୍ଷକ, ଅଭିଭାବିକ ମିଳିତ ଭାବେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି କହିବା ଶହ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ତଳସରା ବିଧାୟକ ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।