ପୁରୀ ୦୭/୦୬: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ।
ତେବେ ଦର୍ଶନ ପରେ ରାଜ୍ୟପାଳ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଥିବାବେଳେ ଆଗାମୀ ଦିନରେ ଓଡ଼ିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି ।
ସେପଟେ ପୂର୍ବ ସରକାରର ବିଏସକେଓ୍ବାଇ ସହିତ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଏବେ ବନ୍ଦ ହେବାର ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି। ଲୋକଙ୍କୁ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ। ସେହିପରି ଚଳିତବର୍ଷ ରଥଯାତ୍ରା ମହାପ୍ରଭୁଙ୍କ କୃପାରୁ ସୁରୁଖୁରୁରେ ଆୟୋଜନ ହେବ ବୋଲି ରାଜ୍ୟପାଳ କହିଛନ୍ତି।