'ଯବାନଙ୍କ ଜୀବନଠୁ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ପାକିସ୍ତାନ ସହ କୌଣସି ମ୍ୟାଚ୍ ନ ହେଉ'- ଗମ୍ଭୀର

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ,୨୭/୦୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପାକିସ୍ତାନ ସହ କ୍ରିକେଟ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି । ଭାରତ ଭବିଷ୍ୟତରେ ପାକିସ୍ତାନ ସହ କୌଣସି ମ୍ୟାଚ୍ ନଖେଳୁ ବୋଲି ଗମ୍ଭୀର କହିଛନ୍ତି । ଶୁକ୍ରବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଦେଶର ଯବାନଙ୍କ ଜୀବନ କ୍ରିକେଟଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ସୀମା ପାର୍ ଆତଙ୍କବାଦ ବନ୍ଦ ନକଲେ କୌଣସି ମ୍ୟାଚ୍ ନହେଉ ବୋଲି ସେ କହିଛନ୍ତି ।

ଗମ୍ଭୀର ସାମ୍ବାଦିକଙ୍କୁ କହିଛନ୍ତି ଯେ, କ୍ରିକେଟ ବହୁତ ଛୋଟ କଥା ଓ ଛୋଟ ପ୍ରସଙ୍ଗ ଅଟେ । ଭାରତୀୟ ଯବାନଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେତେବେଳ ଯାଏଁ ସୀମା ପାର୍ ଆତଙ୍କବାଦ ଶେଷ ନହୋଇଛି ସେବେଯାଏଁ ପାକିସ୍ତାନ ସହ କୌଣସି ମ୍ୟାନ୍ ନହେବା ଦରକାର ।

ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପରେ ଗମ୍ଭୀର ପାକିସ୍ତାନ ସହ ମ୍ୟାଚ୍ ନଖେଳିବାକୁ ଭାରତକୁ କହିଥିଲେ । ଗମ୍ଭୀର କହିଥିଲେ ଯେ, ବିଶ୍ୱକପରେ ଭାରତ ପାକିସ୍ତାନ ସହ ମ୍ୟାଚ୍ ନଖେଳିବା ନିଷ୍ପତ୍ତି ବିସିସିଆଇ ନେବା ଦରକାର । ପାକିସ୍ତାନ ସହ ମ୍ୟାଚ୍ ନଖେଳି ୨ ଅଙ୍କ ହରାଇଲେ କୌଣସି ଦୁଃଖ କରିବାର ନାହିଁ । କୌଣସି ମ୍ୟାଚଠୁ ଦେଶର ଯବାନ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଗମ୍ଭୀର ଅଧିକାଂଶ ସମୟରେ ପାକିସ୍ତାନ ବିରୋଧରେ ବୟାନ ଦେଇଥାନ୍ତି । ପାକିସ୍ତାନର ଅନେକ କ୍ରିକେଟର ଏହାକୁ ବିରୋଧ ମଧ୍ୟ କରନ୍ତି । ସୋଏବ ଅଖତାର, ସାହିଦ ଆଫ୍ରିଦି ଆଦି ପୂର୍ବରୁ ଗମ୍ଭୀରଙ୍କ ବୟାନକୁ ସମାଲୋଚନା କରିଥିଲେ । ତେବେ ଚଳିତ ବର୍ଷ ଭାରତରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । କିନ୍ତୁ ପାକିସ୍ତାନ ଲଗାତର ଭାବେ ଏହି ଟୁର୍ଣ୍ଣାମେଣ୍ଟ ଦୁବାଇରେ ଆୟୋଜନ ହେଉ ବୋଲି ଦାବି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.