ଗୌହାଟୀ- ବିକାନୀର ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ଓଲଟି ପଡ଼ିଲା ୪ରୁ ୫ ବଗି

Published By : Prameya-News7 Bureau | January 13, 2022 IST

କୋଲକାତା, ୧୩/୦୧: ଗୌହଟୀ-ବିକାନିର୍‌ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଟ୍ରେନ୍‌ର ୪ରୁ ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ବଗି ଗୁଡ଼ିକ ଓଲଟି ପଡ଼ିଥିବା ଜଣାପଡ଼ିଥିବା ବେଳେ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ସ୍ଥାନୀୟ ଲୋକ ଏବଂ ପୋଲିସ୍‌ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର ଜାରି ରହିଛି । ଗୌହାଟୀରୁ ବିକାନିର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ତେବେ ଏନେଇ ମୁଖ୍ୟ ରେଲ୍‌ୱେ ସେଫ୍ଟି ଅଫିସର୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଘଟଣା ସ୍ଥଳକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଉଥିବା ବେଳେ ଏମର୍‌ଜେନ୍ସି ନମ୍ୱର ଏବଂ ହେଲ୍ପ ଲାଇନ୍‌ ନମ୍ୱର ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.