ବୁଲୁଛି ଗୋଠ ଛଡା ଦନ୍ତା, ଆତଙ୍କିତ ଲୋକ
15/09/2022 at 9:04 AM

ପାଟଣା ୧୫/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅନ୍ତର୍ଗତ ରହଣୀଦୁମା ଗାଁ ନିକଟରେ ଏକ ଗୋଠ ଛଡା ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗୋଠଛଡା ଦନ୍ତାଟି ଘଟଗାଁ ରେଞ୍ଜରୁ ଆସି ଚାଷ ଜମିରେ ପଶି ଧାନ ଫସଲ ମାଡି ଚକଟି ନଷ୍ଟ କରୁଛି । ଗାଁ ନିକଟରେ ହାତୀ ବୁଲୁଥିବାରୁ ଆଖ ପାଖ ଗାଁ ବଣ ମହୁଲଡିହା, ପିଛୁଳାବେଡାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023