ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସପରିବାର ମାଳଦୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ସରକାରୀ ଘୋଷଣା ପୂର୍ବରୁ ଛାଡିଲେ ଦେଶ

13/07/2022 at 8:13 AM

କଲମ୍ୱୋ ୧୩/୦୭: ଶ୍ରୀଲଙ୍କାର ରାଜନୈତିକ ଘଟଣାକ୍ରମ ସହିତ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ଗୋଟବାୟା ରାଜପକ୍ଷେ ମଙ୍ଗଳବାର ରାତିରେ ମାଳଦୀପ ପହଞ୍ଚିଛନ୍ତି ।

ଗୋଟବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ । ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ, ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ଗୋଟବାୟାଙ୍କ ତରଫରୁ ୩ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଥିଲା ଯେ, ଜୁଲାଇ ୧୩ ରେ ଇସ୍ତଫା ଦେବେ ।

ଗୋଟବାୟା ଇସ୍ତଫା ଉପରେ ଦସ୍ତଖତ ଦିନକ ପୂର୍ବରୁ କରିଥିଲେ । ଏଥିରେ ତାରିଖ ଜୁଲାଇ ୧୩ ରଖାଯାଇଛି । ଏବେ ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ନେଇ ଆଜି ବାଚସ୍ପତି ସର୍ବସାଧାରଣରେ ଘୋଷଣା କରିବେ ।

   Related Posts