oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାତିଛି ଗୋଠଛଡା ଦନ୍ତା: ଘର ଭାଙ୍ଗିଲା ଓ ଖାଇଗଲା ଧାନଚାଉଳ, ଭାଙ୍ଗିଲା ଅଟୋ

5/04/2022 at 8:22 AM

ତେଲକୋଇ୦୫/୦୪: ଗୋଠଛଡା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବାକୁ ଗୋଡାଉଛି । ସଂଧ୍ୟା ନହେଉଣୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛି ଦନ୍ତା ।

ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ୱନି ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି । ସେପଟେ ପ୍ରଶାନ୍ତ ନାୟକଙ୍କ ଅଟୋକୁ ଭାଙ୍ଗି ଦେଇଛି ଦନ୍ତା । ତାଙ୍କ ଭାଇ ଅଟୋରେ ଶୋଇଥିବା ବେଳେ ପଛପଟୁ ଅଟୋକୁ ଦାନ୍ତରେ ଭୂସି ଦେଇଥିଲା ଦନ୍ତା ।

ସେପଟେ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଶାନ୍ତ ଙ୍କ ଭାଇ ଚିତ୍ରସେନ। ଏହାସହ କଦଳୀ ବଗିଚାରେ ପଶି କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି । ଘର ଭାଙ୍ଗିବା ଦେଖି ତପସ୍ବନି ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ । ପରେ ସାହି ଲୋକେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡାଇଥିଲେ । ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

   Related Posts