ମିଳିଲା କ୍ଲିନ୍‌ ଚିଟ୍, ମୋ ବ୍ୟାଙ୍କ ଲକରରୁ ବି କିଛି ପାଇଲାନି ସିବିଆଇ: ମନୀଷ ସିସୋଦିଆ

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ: ମଦ ଦୁର୍ନୀତି ନେଇ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ କରିଥିଲା ସିବିଆଇ। ହେଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ପାଇଲାନି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏନେଇ ମନୀଷ ଓ ତାଙ୍କ ପରିବାର ସିବିଆଇ ଠାରୁ କ୍ଲିନ୍‌ ଚିଟ୍‌ ପାଇସାରିଛନ୍ତି ହୋଲି ସିସୋଦିଆ ଗଣମାଧ୍ୟମକୂ ସୂଚନା ଦେଇଛନ୍ତି।

 ସିବିଆଇର ୪ କର୍ମଚାରୀ ଆଜି ଦିଲ୍ଲୀର ଗାଜିଆବାଦ ବସୁନ୍ଧରା ସେକ୍ଟର ୪ରେ ଥିବା ପିଏନ୍‌ବି ବ୍ୟାଙ୍କରେ ପହଞ୍ଚିଥିଲେ। ମନୀଷଙ୍କ ପୂରା ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିଥିଲେ। ଯେଉଁଥିରେ ସିବିଆଇକୁ କିଛି ମିଳିଲା ନାହିଁ। ଏନେଇ ଶ୍ରୀ ସିସୋଦିଆ କହିଛନ୍ତି “ ସିବିଆଇ ରେଡ୍‌ରେ ଯେମିତି ମୋ ଘରେ କିଛି ମିଳିନଥିଲା ସେମିତି ମୋ ବ୍ୟାଙ୍କ ଲକରରେ ବି କିଛି ମିଳିଲାଲା ନାହିଁ। ମୁଁ ଖୁସୀ ଯେ ମୋତେ କ୍ଲିନ୍‌ ଚିଟ୍‌ ମିଳିଗଲା। ସିବିଆଇ ଅଫିସରମାନେ ଆମ ସହ ଭଲ ବ୍ୟବହାର କରିଥିଲେ। ଆମେ ବି ସେମାନଙ୍କୁ ତାଙ୍କ କାମରେ ସହଯୋଗ କରୁଥିଲୁ। ଶେଷରେ ସତ୍ୟ ଜିତିଲା।”

ସିସୋଦିଆ ଆହୁରି କହିଛନ୍ତି “ ଜନ୍ମାଷ୍ଟମୀରେ ସିବିଆଇ ମୋ ଘରେ ଚଢ଼ାଉ କରିଥିଲା। ଅଗଷ୍ଟ ୧୯ ତାରିଖରେ ରେଡ୍ ସମୟରେ ଚାବିଗୁଡ଼ିକୁ ଜବତ କରିନେଇଥିଲା। ଆଜି ଲକର ଖୋଲି ଚେକ୍ କରିବାରୁ ସିବିଆଇକୁ କିଛି ମିଳି ନଥିଲା। କେବଳ ୭୦-୮୦ ହଜାର ଟଙ୍କାର ଅଳଙ୍କାର ମୋ ପତ୍ନୀଙ୍କ ଆକାଉଣ୍ଟରୁ ମିଳିଥିଲା। ସିବିଆଇ ଅଫିସରମାନେ ଆମର ଲକର ଓ ଡକ୍ୟୁମେଣ୍ଟ ଚେକ୍ କରିଥିଲେ। କିନ୍ତୁ ତଥାପି ବି ସେମାନେ ମୋତେ ଗିରଫ କରିପାରିନ୍ତି। କାରଣ ତାଙ୍କୁ ଉପରୁ ଅର୍ଡର ଅଛି।”

ସିବିଆଇ ବ୍ୟାଙ୍କ ଲକ ଚେକ୍ କରୁଥିବା ବେଳେ ସିସୋଦିଆ ତାଙ୍କ ପତ୍ନୀଙ୍କ ସହ ବ୍ୟାଙ୍କରେ ଥିଲେ। ସିବିଆଇ ଚଢ଼ାଉ ନେଇ ବିଜେପିକୁ ସମାଲୋଚନା କରିଥିଲେ ସିସୋଦିଆ। ସେ କହିଥିଲେ “ ପ୍ରଧାନମନ୍ତ୍ରୀ ମୋ ଘରକୁ ସିବିଆଇ ଟିମ୍ ପଠାଇଥିଲେ। ଏବଂ ମୋ ଲକର ବି ଚେକ୍ କଲେ। ଏହା ହି ପ୍ରମାଣ ଯେ ମୁଁ ଓ ମୋ ପରିବାର ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ। ତେଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ଅଛି ଯେ ମୋତେ ଦୁଇ-ତିନି ମାସ ପାଇଁ ଜେଲ୍ ପଠାଇ ଦେବେ। ମୁଁ ଖୁସୀ ଯେ ଆଜି କିଛି ମିଳିଲା ନାହିଁ ଏବଂ ସତ୍ୟାର ବିଜୟ ହୋଇଛି।” ସୂଚନା ଥାଉକି ଅଗଷ୍ଟ ୧୯ ତାରିଖରେ ସିବିଆଇ ମଦ ଦୁର୍ନୀତି ଅଭିଯୋଗରେ ୩୧ ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ସିସୋଦିଆଙ୍କ ଘର ବି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.