ପାଇପ୍ ଲାଇନ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ଛକା ପଞ୍ଝା, ଗାଡିକୁ ନିଆଁ ଲଗାଇ ଜାଳିଦେଲେ ଯୁବକ
23/01/2023 at 12:55 PM

ଢେଙ୍କାନାଳ ୨୩/୦୧: ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପାଇପ ଲାଇନ କାର୍ଯ୍ୟକୁ ନେଇ ଦୁଇ ବସ୍ତି ଯୁବକଙ୍କ ମଧ୍ୟରେ ଛକା ପଞ୍ଝା । ପରିସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ବସ୍ତିର ଯୁବକ ଅନ୍ୟ ବସ୍ତିରେ ଥିବା ଏକ କାରରେ ଲଗାଇ ଦେଇଛନ୍ତି ନିଆଁ । ଫଳରେ କାର୍ଟି ସମୂର୍ଣ୍ଣ ଜଳିଯାଇଛି ।
ଢେଙ୍କାନାଳ ସହରର ଚନ୍ଦନ ବଜାରରେ ରବିବାର ରାତିରେ ଘଟିଛି ଏହି ଘଟଣା । କାର୍ଟି ଜଳି ଯାଉଥିବା ଖବର ପାଇ ସ୍ଥାନୀୟ ଦମକଳ କେନ୍ଦ୍ରରୁ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥି । ତଥାପି କାର୍ଟି ଜାଳିଯାଇଛି ।
ସୂଚନାଥାଉକି, ସହରର ଚନ୍ଦନ ବଜାର ଅଞ୍ଚଳରେ ପିଏଚଡ଼ିର ପାଇପ ଲାଇନ କାର୍ଯ୍ୟ ମଲାସାହିର କିଛି ଯୁବକ କରୁଥିଲେ । ମାତ୍ର ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଚମାର ସାହିର କିଛି ଯୁବକଙ୍କ ସହ ପାଟି ତୁଣ୍ଡ ହୋଇଥିଲା । ଏପରିକି ଗତ ରାତିରେ ମଲା ସାହିର କିଛି ଯୁବକଙ୍କୁ ଚମାର ସାହିର କିଛି ଯୁବକ ଆକ୍ରମଣ କରିବା ପରେ ଏହି ବିବାଦ ବଢିଥିଲା । ଯାହାକୁ ନେଇ ଉଭୟ ଗୋଷ୍ଠୀ ଛକା ପଞ୍ଝା ହୋଇ ରହିଥିଲେ ।
ମାତ୍ର ଗତ ରାତି ବିଳମ୍ବିତ ପ୍ରହରରେ ଚମାର ସାହିରେ ଅପର ଗୋଷ୍ଠୀର ଜଣାଇ ଯୁବକର ଥିବା ଏକ କାରକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଈ ଜାଳି ଦେଇଥିବା ଜଣାପଡିଛି । ଏହି ଘଟଣା ପରେ ଟାଉନ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତେବେ କାହାକୁ ପୋଲିସ ଗିରଫ କରିପାରି ନଥିବାବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ହୋଇ ରହିଥିବା ଜଣାପଡିଛି ।