ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଗାଁ ପୁରୁଷ ଶୂନ୍ୟ

Published By : Prameya-News7 Bureau | January 17, 2023 IST

ଭଦ୍ରକ ୧୭/୦୧: ରାସ୍ତା କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ । ଅନ୍ୟ ୩ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗୋଲେଖ ମଲ୍ଲିକ ।

ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଵରାହନୂଆପଡା ଗ୍ରାମରେ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏହି ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହେବା ସହ ଟେକା ପଥର ମାଡ଼ରେ ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଯାଜପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗୋଲେଖ ମଲ୍ଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉକ୍ତ ଘଟଣାରେ କଟକ ମେଡିକାଲରେ ଜଣଙ୍କର ମୃତ୍ୟୁ ପରେ ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି । ପରିସ୍ଥିତି ଉପରେ ନଜର ରଖି ପୋଲିସ ମୁତୟନ କରାଯାଇଛି ।

ଏଭଳି ବିବାଦ ଦୀର୍ଘଦିନ ଧରି ଲାଗି ରହିଥିବା ବେଳେ ସ୍ଥାନୀୟ ପୋଲିସ, ପ୍ରଶାସନ ସମସ୍ୟା ର ସମାଧାନ କରି ପାରିନଥିବାରୁ ଆଜି ଏଭଳି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁରେ କୋକୁଆଭୟ ସୃଷ୍ଟି ହୋଇଛି । ତେବେ ବିଳମ୍ବିତ ରାତିରେ ମୃତକଙ୍କର ଶବ ଦାହ କରାଯାଇଥିବା ବେଳେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.