ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ୩ ଆହତ
25/03/2023 at 8:20 AM

ସାନଖେମୁଣ୍ଡି ୨୫।୦୩ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ । ମୃତକ ହେଲେ ତୋଫାନ ଗୌଡ଼ । ୩ ଜଣଙ୍କୁ ଆହତ ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ତେବେ କେ. ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ମାନେ ହେଲେ, କାଳୁ ଗୌଡ଼ , ଜୋଛନା ଗୌଡ଼ ଓ ପ୍ରତିମା ଗୌଡ଼ ବୋଲି ଜଣାପଡିଛି। କ’ଣ ପାଇଁ ଏହି ଗୋଷ୍ଠୀ ସଂଘର୍ଷ ହେଲା , ତାକୁ ନେଇ ପୋଲିସ ତଦନ୍ତ କରୁଛି।
