ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଉଭୟ ପକ୍ଷରୁ ଥାନାରେ ମାମଲା
2/02/2023 at 10:55 AM

ସୋର ୦୨/୦୨: ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଭିଡିଓ ଭାଇରାଲ ହେଉଛି l ଭାଇରାଲ୍ ଭିଡିଓ ପରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
ଖଇରା ବ୍ଲକ ନହଙ୍ଗ ଗ୍ରାମର ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ଧରି ଦିନବନ୍ଧୁ ଖଟୁଆ ଓ ନିହାର ରଞ୍ଜନ ପଣ୍ଡା ମଧ୍ୟରେ ବିବାଦ ଲାଗି ରହିଥିଲା l ଉକ୍ତ ସ୍ଥାନରେ ବାଡବୁଜାକୁ ନେଇ ଉଭୟ ମଧ୍ୟରେ ଯୁକ୍ତିତର୍କ ପରେ ମାରପିଟ ହୋଇ ଉଭୟ ଖଇରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଚିକିତ୍ସା ପରେ ଉଭୟ ଖଇରା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମାରପିଟ୍ ରୋକିବାକୁ ଯାଇ ସରପଂଚ ଆକ୍ରମଣରେ ଶିକାର ହୋଇଥିବା ଦେଖିବାକୁ ମିଳିଛି ।
Related Posts
ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
24 March 2023
ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
24 March 2023