oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବେଆଇନ ଚାଲାଣ ବେଳେ ୧୦୦ରୁ ଅଧିକ ଗୋରୁ ଉଦ୍ଧାର, ରାତିରେ ଘଟଣାସ୍ଥଳକୁ ଆସିଲାନି ପୋଲିସ !

22/11/2021 at 1:16 PM

ଚାନ୍ଦବାଲି, ୨୨|୧୧ :  ବଢିଚାଲିଛି ବେଆଇନ ଗୋରୁ ଚାଲାଣ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ  ବେଆଇନ ଭାବେ ଗୋଚାଲଣ ହେଉଥିବା ବେଳେ ଧରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ୧୦୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ରବିବାର ମଧ୍ୟରାତ୍ରିରେ ଗୋଚାଲାଣ ହେଉଥିଲା । ଏସବୁକୁ ମାଫିଆମାନେ କେନ୍ଦ୍ରପଡ଼।ରୁ ଚାନ୍ଦବାଲି ଦେଇ କଲିକତା ନେଇଥାନ୍ତେ । ତେବେ ଚାନ୍ଦବାଲି ଗେମନ ବ୍ରିଜ ନିକଟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଏହାସହ ପୋଲିସକୁ ଖବର ଦେଇଥିଲେ ।  

ପୋଲିସ ରାତିରେ ଘଟଣାସ୍ଥଳକୁ ଆସିନଥିଲା । ସକାଳ ଯାଏଁ ଲୋକେ ଓ କିଛି ସ୍ୱେଚ୍ଛାସେବୀ  ଗୋରୁ ମାଫିଆଙ୍କୁ ଅଟକ ରଖିଥିଲେ । ଶେଷରେ ସକାଳେ ପୋଲିସ ଆସି ଅଟକ ମାଫିଆଙ୍କୁ ଥାନାକୁ ନେଇଥିଲା । ସର୍ବଦା ଏହି ଅଞ୍ଚଳ ଦେଇ ଗୋ ଚାଲାଣ ହେଉଥିବା ବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts