ବେଆଇନ ଗୋରୁ ବୋଝେଇ ଗାଡି ଜବତ, ବଙ୍ଗ ଚାଲାଣ ବେଳେ ଅଟକାଇଲା ବଜରଙ୍ଗ ଦଳ

Published By : Prameya-News7 Bureau | January 05, 2022 IST

ଭୁବନେଶ୍ୱର ୦୫/୦୧: ବେଆଇନ ଗୋରୁ ବୋଝେଇ ଗାଡିକୁ ଅଟକାଇଲା ବଜରଙ୍ଗ ଦଳ । ଖୋର୍ଦ୍ଧାରୁ କଲିକତା ଗୋଚାଲଣ ହେଉଥିବା ବେଳେ ଭୂବନେଶ୍ବର ସିଜୁଆ ଓଭର ବ୍ରିଚ୍ ପାଖରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଗାଡିକୁ ଅଟକାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପାଖାପାଖି ୧୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗୋରୁ ମାନଙ୍କୁ ପୋଲିସ ପିପୁଲ ଫର ଆନିମଲରେ ଛଡାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.