ଓଡିଶାରୁ ବଙ୍ଗକୁ ହେଉଥିଲା ଗୋ-ଚାଲାଣ, ତିନି ଗୋରୁ ବୋଝେଇ ଟ୍ରକ ଜବତ ଓ ୬ ଅଟକ

Published By : Prameya-News7 Bureau | June 22, 2022 IST

ଜଳେଶ୍ୱର ୨୨/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ତିନି ଗୋରୁ ବୋଝେଇ ଟ୍ରକ ଜବତ ୬ଅଟକ । ପୋଲିସର ତଦନ୍ତ ଜାରି ସୂଚନା ଅନୁଯାୟୀ ପ୍ରତେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ୬୦ନ ଜାତୀୟ ରାଜପଥ ଦେଇ ଶହ ଶହ ଗୋରୁ ଟ୍ରକ ସାହାଯ୍ୟରେ ଦଲାଲ ମାନଙ୍କ ଦ୍ୱାରା ଚୋରା ଚାଲାଣ ହେଉଛି ।

ଏହାକୁ ରୋକ୍ ଲଗାଇବାପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବାର ଦେଖିବାକୁ ମିଳିଛି । ତେବେ ଆଜି ସକାଳ ସମୟରେ ଟ୍ରକଟି ୬୦ରୁ ଅଧିକ ଗୋରୁକୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ପୋଲିସ ମାଡିବସିଥିଲା ।

ଫଳରେ ଗୋରୁ ଗାଡି ଜବତ କରିବା ସହିତ ଡ୍ରାଇଭର ସହିତ ୩ଗୋରୁ ବେପାରୀଙ୍କୁ ଅଟକ ରଖିଛି । ଅନ୍ୟ ୨ ଗୋରୁ ବୋଝେଇ ଟ୍ରକ ସନ୍ତୋଷ ପୁରା ଠାରେ ଥିବା ଅନଲୋଡ଼ କରୁଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ ଦୁଇଟିକୁ ଜବତ କରିବା ସହିତ ୩ଜଣ ଗୋରୁ ବେପାରୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.