ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୪୦ରୁ ଅଧିକ ଗାଈ ମୃତ

Published By : Prameya-News7 Bureau | December 23, 2022 IST

ବୈପାରୀଗୁଡା ୨୩/୧୨: ଗୋରୁ ବୋଝଇ କଣ୍ଟେନର ଓଲଟି ୫୦ରୁ ଉର୍ଦ୍ଧ୍ୱ ଗାଈ ମୃତ । ଏହିପରି ଏକ ଅଭାବନୀୟ ଘଟଣା ୩୨୬ ନମ୍ବର ଜାତୀୟ ରାଜପଥ ବୈପାରୀଗୁଡା ଥାନା ଅନ୍ତର୍ଗତ ଟାପାଯୋଡି ଠାରେ ଘଟିଛି ।

ଖବର ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ରାଞ୍ଚି ବିଜୟୱାର୍ଡା ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଯାଉଥିଲା ଗୋରୁ ବୋଝେଇ କଣ୍ଟେନର । ତେବେ ଟାପାଯୋଡିରେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ଯାଇଛି ।

ଗାଡ଼ିରେ ଥିବା ୧୦୦ରୁ ଉର୍ଦ୍ଧ୍ୱ ଗାଈ ମଧ୍ୟରୁ ୫୦ ଗାଈଙ୍କ ମୃତ୍ୟୁ ହୋଇଛି । ଆଉ ଜୀବିତ ଗାଈଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ସ୍ଥଳରୁ ଗାଡି ଚାଳକ ଚମ୍ପଟ୍ ମାରିଥିବାବେଳେ ବୈପାରୀଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.