ଝିଆରୀ ଇଶା ଅମ୍ବାନୀଙ୍କ ବିବାହରେ ଏମିତି ଆସିଥିଲେ ଟିନା; ୬୧ ବର୍ଷ ବୟସରେ ମଧ୍ୟ ଚମକୁଛନ୍ତି

Published By : Prameya-News7 Bureau | December 14, 2018 IST

ମୁମ୍ବାଇ ୧୪/୧୨ : ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମୁକେଶ ଅମ୍ବାନୀଙ୍କ ସୁପୁତ୍ରୀ ଇଶା ଅମ୍ବାନୀ | ଶିଳ୍ପପତିଙ୍କ ଝିଅ ବାହାଘରରେ ଯୋଗଦେଇଥିଲେ ବଲିଉଡର ନାମିଦାମୀ କଳାକାର | ବଚ୍ଚନ ପରିବାରଠୁ ଆରମ୍ଭ କରି ସଲମାନ ଖାନ, ଶାହରୁଖ ଖାନ, ରେଖା, ରଣବୀର କପୁର, ଦୀପବୀର, ପ୍ରିୟଙ୍କା, ଆଲିଆ ସମସ୍ତେ ସାମିଲ ହୋଇଥିଲେ | ଆଜି ଆମେ କଥା ହେବା ୮୦ ଦଶକର ଅଭିନେତ୍ରୀ ଟିନା ମୁନୀମଙ୍କ ସମ୍ପର୍କରେ ଯିଏ ବିବାହ ପରେ ହୋଇଯାଇଛନ୍ତି ଟିନା ଅମ୍ବାନୀ | 

{"id":63489,"width":579,"height":699}

ସମ୍ପର୍କରେ ଇଶା ଅମ୍ବାନୀ ଟିନା ଅମ୍ବାନୀଙ୍କ ଝିଆରୀ | ୧୯୯୧ ମସିହାରେ ଟିନାଙ୍କ ବିବାହ ମୁକେଶ ଅମ୍ବାନୀଙ୍କ ଭାଇ ଅନିଲ ଅମ୍ବାନୀଙ୍କ ସହ ହୋଇଥିଲା | ୧୯୭୫ ମସିହାରେ ଏକ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ ଟିନା ମୁନୀମ | ଏହା ପରେ ୧୯୭୮ ମସିହାରେ ଟିନା ପ୍ରଥମେ ବଡ ପରଦାରେ ଅଭିନୟ କରିଥିଲେ | ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଲା 'ଦେଶ ପରଦେଶ' | ୧୨ ତାରିଖରେ ଇଶାଙ୍କ ବାହାଘର ପରେ ଗୁରୁବାର ଦିନ ଇଶାଙ୍କ ସ୍ୱାମୀ ତଥା ଆନନ୍ଦ ପିରାମଲଙ୍କ ଘରେ ପାର୍ଟି ଥିଲେ | ଏହି ପାର୍ଟିରେ ଟିନା ସାମିଲ ହୋଇଥିଲେ | 

{"id":63490}

ଟିନାଙ୍କ ସୁନ୍ଦରତାର ଯାଦୁ ଆଜି ମଧ୍ୟ ସେହିଭଳି ରହିଛି | ୬୧ ବର୍ଷ ବୟସରେ ମଧ୍ୟ ଟିନା ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି | ଟିନା ଏକ ଗୁଜୁରାତି ପରିବାରରୁ ଆସିଥିଲେ | ତେବେ ଫିଲ୍ମରେ ତାଙ୍କର କୌଣସି ଇଛା ନଥିବା ସେ ପ୍ରକାଶ କରିଥିଲେ | କିନ୍ତୁ ଦେବ ଆନନ୍ଦଙ୍କ ଅଫରକୁ ପ୍ରତ୍ୟାଖାନ କରିପାରିନଥିଲେ ଏବଂ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ | ତାଙ୍କ କ୍ୟାରିଅରରେ ସେ ୩୦ ରୁ ୩୫ଟି ଫିଲ୍ମରେ କାମ କରିଛନ୍ତି | ସେ ୧୯୮୭ ମସିହା ପର୍ଯ୍ୟନ୍ତ ଫିଲ୍ମରେ ଅଭିନୟ କରିଥିଲେ | ଏହାପରେ ସେ ପଢିବା ପାଇଁ କାଲିଫର୍ନିଆ ଚାଲିଯାଇଥିଲେ | 

{"id":63491,"width":590,"height":386}

୧୯୯୧ ମସିହାରେ ୩୧ ବର୍ଷ ବୟସରେ ଟିନା ଅନିଲ ଅମ୍ବାନୀଙ୍କୁ ବିବାହ କରିଥିଲେ | ବିବାହ ପରେ ସେ ଏକ ଭଲ ବୋହୁ, ଭଲ ପତ୍ନୀ ଏବଂ ଭଲ ମା ଭାବେ ନିଜକୁ ପ୍ରମାଣିତ କରିଥିଲେ | 

{"id":63493}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.