ପୋଲିସ ବାବୁଙ୍କ ଟିକ୍ଟକ୍ ନିଶା : ୟୁନିଫର୍ମରେ ‘ଚୁଲ୍ବୁଲ୍ ପାଣ୍ଡେ’ ଡ୍ୟାନ୍ସ କରି ଫସିଗଲେ ଦୁଇ ପୋଲିସକର୍ମୀ
7/06/2020 at 11:43 AM

ଗୋରଖପୁର ୦୭/୦୬ : ଗୋରଖପୁରରେ ପୋଲିସ ବାବୁଙ୍କୁଙ୍କ ଚୁଲବୁଲ ପାଣ୍ଡେ ନିଶା ଘାରିଛି | ଲକ ଡାଉନ ଲୋକେ ଘରେ ବନ୍ଦ ଥିବାବେଳେ ଟିକ୍ଟକ୍ର ଚାହିଦା ବଢିଯାଇଛି | ଲୋକେ ଘରେ ବସି ଅଧିକ ଟିକ୍ଟକ୍ ଭିଡିଓ କରୁଛନ୍ତି | ପୋଲିସ ବାବୁ ଏଥିରୁ ବାଦ ପଡ଼ିନାହାନ୍ତି | ଗୋରଖପୁର ଗୋଲା ଥାନାରେ ନିୟୋଜିତ ୨ ପୋଲିସକର୍ମୀ ୟୁନିଫର୍ମରେ ଡ୍ୟାନ୍ସ କରି ଟିକଟକ ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ଭିଡିଓ ଭାଇରାଲ ହେବାପରେ ଡ.ସୁନୀଲ ଗୁପ୍ତା ଯାଞ୍ଚ ନିର୍ଦେଶ ଦେଇଛନ୍ତି | ଉଭୟ ପୋଲିସକର୍ମୀ କୌଣସି ଏକ ଜନ୍ମଦିନ ପାର୍ଟିରେ ଡ୍ୟାନ୍ସ କରି ଭିଡିଓ କରିଥିବା ଜଣାପଡିଛି |

ଟିକଟକରେ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିବା ଦୁଇ ପୋଲିସ ସିପାହୀଙ୍କୁ ମହଙ୍ଗା ପଡିଛି | ପୋଲିସକର୍ମୀ ପ୍ରଦୀପ କୁମାର ଓ ଆରକ୍ଷୀ ବିବେକ କୁମାରଙ୍କୁ ବରିଷ୍ଠ ପୋଲିସ ଅଧିକ୍ଷକଙ୍କ ଦ୍ୱାରା ଲାଇନ ହାଜିରା କରାଯାଇଛି | ଏହାସହ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି |
blob:https://www.facebook.com/4ee5b6f5-ff7d-4b4b-82c4-bba0cb6f3046
ୟୁନିଫର୍ମ ପିନ୍ଧି ଡ୍ୟାନ୍ସ କିମ୍ବା କୌଣସି ଭିଡିଓ କରିପାରିବେ ନାହିଁ | ଏସପି ଵିପୁଲ ଶ୍ରୀବାସ୍ତବ କହିଛନ୍ତି ଯେ, ଯଦି ସେମାନେ ୟୁନିଫର୍ମ ପିନ୍ଧି ଭିଡିଓ କରିଛନ୍ତି ତାହା ନିୟମ ବିରୁଦ୍ଧ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | କିଛି ଲୋକ ଏସପିଙ୍କୁ ପୋଲିସକର୍ମୀଙ୍କ ଭିଡିଓ ପଠାଇଥିଲେ | ଭିଡିଓ ଦେଖିବା ପରେ ଏସପି ଵିପୁଲ ଶ୍ରୀବାସ୍ତବ ଏସଏସପି ଡ.ସୁନୀଲ ଗୁପ୍ତାଙ୍କୁ ସୂଚନା ଦେଇଥିଲେ | ସୂଚନା ପାଇବାପରେ ଏସଏସପି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ | ପୋଲିସ ଭିଡିଓର ଯାଞ୍ଚ ଆରମ୍ଭ କରିଦେଇଛନ୍ତି |