ଅଲଗା ଅଲଗା ତାଲିମ୍ ନେଉଛନ୍ତି ଦୁଇ ସେଲିବ୍ରିଟି ସଟଲର

Published By : Prameya-News7 Bureau | June 05, 2018 IST

ଗୋଟିଏ ଟ୍ରେନିଂ ଏକାଡେମୀ, ଜଣେ କୋଚ୍ ,କିନ୍ତୁ ଅଲଗା ଅଲଗା ତାଲିମ୍ ନେଉଛନ୍ତି ଦୁଇ ସେଲିବ୍ରିଟି ସଟଲର । ଜାତୀୟ ବ୍ୟାଡ ମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦଙ୍କ ଠାରୁ ତାଲିମ ନେଉଥିବା ଦୁଇ ପ୍ରସିଦ୍ଧ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ସାଇନା ନେହେୱାଲଙ୍କ ତାଲିମକୁ ନେଇ ଏହି କଥା ଉଠିଛି । ଦୁଇ ବ୍ୟାଡ୍ମିଣ୍ଟନ ତାରକା ଏକ କାଳୀନ ବା ଏକସମୟରେ ଗୋପୀଙ୍କ ଠାରୁ ତାଲିମ ନେବାରେ ସହଜ ହେଉନଥିବାରୁ ଗୋପୀଙ୍କ ଠାରୁ ଅଲଗା ଅଲଗା ତାଲିମ ନେଉଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଫେରିବା ପରେ ସାଇନା ଏବଂ ସିନ୍ଧୁଙ୍କୁ ଅଲଗା ଅଲଗା ତାଲିମ ଦେଉଛନ୍ତି ଗୋପୀଚାନ୍ଦ । ତେବେ କୋଚିଂ ଟିମ୍ର ନିଷ୍ପତ୍ତି ଅନୁସାରେ ଏପରି ତାଲିମ ଦିଆଯାଉଥିବା କହିଛନ୍ତି କୋଟ୍ ଗୋପୀଚନ୍ଦ ।ଖେଳାଳୀଙ୍କ ଆଗ୍ରହ ଅନୁଯାୟୀ ଏହା କରାଯାଉଥିବା ମଧ୍ୟ ସେ କହିଛନ୍ତି । ଉଭୟ ସାଇନା ଏବଂ ସିନ୍ଧୁ ଗୋପୀଚାନ୍ଦ ଏକାଡେମୀକେ ପ୍ରଶିକ୍ଷଣ ନେଉଥିଲେ । ତେବେ ସିନ୍ଧୁଙ୍କ ଉତ୍ଥାନ କାରଣରୁ ୨୦୧ରେ ଗୋପୀଙ୍କ ତାଲିମକେନ୍ଦ୍ରରୁ ଓହରି ଥିଲେ ସାଇନା । ସେ ବିମଲ କୁମାରଙ୍କୁ ତାଙ୍କ ପ୍ରଶିକ୍ଷକ କରିଥିଲେ ଓ ତାଙ୍କ ଅଧିନରେ ତାଲିମ ବେଳେ ସେ ବିଶ୍ବର ୧ ନମ୍ବର ରାଙ୍କ ହାସଲ କରିଥିଲେ ।କିନ୍ତୁ ୩ ବର୍ଷ ପରେ ପୁଣି ସେ ଗୋପୀଙ୍କ ଏକାଡେମୀକୁ ଫେରିଥିଲେ । ଏପରିକି ଏଠାରେ ତାଲିମ ବେଳେ ନିଜ ଷ୍ଟେପ୍ ରେ ସେ ସଂଶେଧନ ଆଣିଛନ୍ତି ଏବଂ ସିନ୍ଧୁଙ୍କୁ ବି ହାରାଇବାରେ ସମର୍ଥ ହୋଇଛନ୍ତି । ତେବେ ସିନ୍ଧୁଙ୍କ ତାଲିମ ନେଇ ମଧ୍ୟ ତାଙ୍କ ବାପା ଆଶ୍ୱସ୍ତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.