ଦିଅରକୁ ବାହା ହେବେ ଗୋପି ବୋହୂ ! ଦେହରେ ଲାଗିଛି ହଳଦୀ, ହାତରେ ଲାଗିଛି ମେହେନ୍ଦୀ ...

Published By : Prameya-News7 Bureau | December 14, 2022 IST

ମୁମ୍ବାଇ ୧୪।୧୨ : ଫ୍ୟାନ୍ସକୁ ପୁଣି ଥରେ ଗୋପୀ ବୋହୂଙ୍କ ଝଟ୍‌କା । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେବେଲିନା ଭଟ୍ଟାଚାର୍ଯ୍ୟ । ସୋସିଆଲ୍ ମିଡିଆରେ ଏନେଇ ମେହେନ୍ଦୀର ଭିଜୁଆଲ୍‌ ଭାଇରାଲ ହେବାରେ ଲାଗିଛି । ଦେବୋଲିନାଙ୍କ ମେକ୍‌ଅପ୍‌ ଆଟିଷ୍ଟ ଭିଡିଓକୁ ସେୟାର କରିଛନ୍ତି । ଯେଉଁଥିରେ ହାତରେ ମେହେନ୍ଦୀ ଓ ଦେହରେ ହଳଦୀ ଲାଗିଥିବାର ଦେଖିବାକୁ ମିଳିଛି ।

ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ଜଣଙ୍କ ନି ଅନ୍‌ସ୍କ୍ରିନ୍‌ ଦିଅରଙ୍କୁ ବିବାହ କରିବାକୁ ଯାଉଛନ୍ତି । ଟେଲି ସିରିୟଲ ସାଥୀଆଁ ସିରିୟଲରେ ଗୋପୀ ବୋହୂ ( ଦେବୋଲିନା ଭଟ୍ଟାଚାର୍ଯ୍ୟ)ଙ୍କ ଦିଅର ସାଜିଥିବା  ବିଶାଲ ସିଂହଙ୍କ ହାତ ଧରିବାକୁ ଯାଉଛନ୍ତି । ଯାହାର ଫଟୋ ଦେଖି  ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

wp:html
/wp:html

ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ଫଟୋ ସୋସିଆଲ୍ ମିଡିଆରେ ଖୁବ୍‌ ଭାରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଶାଲଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ମୁହଁ ହଳଦୀ ଏବଂ ହାତରେ ମେହେନ୍ଦୀ ମାରି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ମେହେନ୍ଦୀ –ହଳଦୀ ବ୍ୟତୀତ ଦେବୋଲିନାଙ୍କୁ ହଳଦୀ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଉଭୟ ବେଶ୍‌ ଖୁସି ଥିବା ଜଣାପଡୁଛି ।

ସୂଚନାଯୋଗ୍ୟ ଯେ, ଫେବୃଆରୀରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଏକ କଥା ସାମ୍ନାକୁ ଆସିଥିଲା । ଯେଉଁଥିରେ ପୁରୁଷବନ୍ଧୁ ବିଶାଳ ସିଂହଙ୍କ ବିବାହ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପରେ ଏହି କଥା ମିଥ୍ୟା ପ୍ରମାଣିତ ହୋଇଥିଲା । କିନ୍ତୁ ଏବେ ଏହି ଫଟୋକୁ ଦେଖିଲା ପରେ ଦେବୋଲିନା ବିବାହ କରିବାକୁ ଯାଉଛନ୍ତି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.