ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ, ସାମିଲ ହେଲେ ଶତାଧିକ ଭକ୍ତ

Published By : Prameya-News7 Bureau | April 16, 2024 IST

ମହାକାଳପଡ଼ା ୧୬।୦୪ :  ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋପାଳପୁର ସ୍ଥିତ ସଙ୍କଟମୋଚନ ହନୁମାନ ଓ ମା ନାରାୟଣୀ ପୀଠରେ ଏକାଦଶତମ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହୋଇଯାଇଛି ।  

ଗୁରୁବାର ସନ୍ଧ୍ୟା ସମୟରେ ଗାଁରେ ୧୦୮ ମହିଳାମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପବିତ୍ର ଲୁଣା ନଦୀରୁ ପାଣି ଆଣି କଳସ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଯଜ୍ଞ ମଣ୍ଡପ ନିକଟରେ ସେଠାରେ ପୂର୍ଣ୍ଣ କଳସ ସ୍ଥାପନ ପରେ ବିଶିଷ୍ଟ ପଣ୍ଡିତଙ୍କ ଦ୍ୱାରା ପବିତ୍ର ବେଦ ମନ୍ତ୍ରଧ୍ବନିରେ  ଅଙ୍କୁରରୋପଣ କରାଯାଇଥିଲା । ଶୁକ୍ରବାର ଦିନ ସକାଳେ ସୂର୍ଯ୍ୟପୁଜା ଗୋ ପୂଜା ,କୁଣ୍ଡ ମଣ୍ଡପାଦି ସଂସ୍କାର ,ଅଗ୍ନି ସ୍ଥାପନ , ଆଳତି ,ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ପାରମ୍ପରିକ ନିୟମ ଅନୁଯାୟୀ ବିଶ୍ବଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

   

ରବିବାର ଦିନ ମଣ୍ଡପ ସ୍ଥିତ ଦେବାଦେବୀଙ୍କ ପୂଜା ,ଶୌବଯଜ୍ଞ ହନୁମାନ ଯଜ୍ଞ, ସର୍ବଦେବାଦେବୀ ହୋମଯଜ୍ଞ, କରାଯାଇଥିଲା । ଗ୍ରାମବାସୀ ୧୦୮ ଦୀପ ଜାଳି ହନୁମାନ ଚାଳିସା ପାଠ କରିସାରିବା ପରେ ପୂଣ୍ଣାହୁତି ଓ ପୁଷ୍ପାଞ୍ଜଳି  କାର୍ଯ୍ୟକ୍ରମ କରାଯାଇଥିଲା । ଗାଁରେ ୪ ଦିନ ବ୍ୟାପି ସଂଧ୍ୟାରେ ପ୍ରବଚନ ,ଭଜନ ସଂକୀର୍ତନ ଭଳି ସାଂସ୍କୃତିକ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା । ଏହି ବିଶ୍ବଶାନ୍ତି ମହାଯଜ୍ଞରେ ବହୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.