ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

Published By : Prameya-News7 Bureau | February 21, 2024 IST

ଭୁବନେଶ୍ବର ୨୧।୨: ପଦ୍ମ ଧରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେଇଛନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଦୀପ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ତେବେ ଦୀର୍ଘ ଦିନ ହେବ ଗୋପାଳପୁର ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ କିଛି ଦିନ ତଳେ ପ୍ରଦୀପଙ୍କୁ ମନମୋହନ ସାମଲ ତାଙ୍କ ବାସଭବନରେ ଭେଟିଥିଲେ । ସେବେଠାରୁ ପ୍ରଦୀପ ବିଜେପିମୁହାଁ ହୋଇଛନ୍ତି ବୋଲି ସଙ୍କେତ ମିଳୁଥିଲା । ତେବେ ଆଜି ସବୁ ଚର୍ଚ୍ଚାର ଅବସାନ ଘଟାଇ ପ୍ରଦୀପ ବିଜେଜି ଦଳରେ ସାମିଲ ହୋଇଛନ୍ତି ।

wp:embed {"url":"https://www.prameyanews7.com/pradeep-panigrahy-expelled-from-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pradeep-panigrahy-expelled-from-party/
/wp:embed

ବିଜେପିରେ ସାମିଲ ହେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ସମୟ ଆସିଛି । ଏବେ ପରିବର୍ତ୍ତନର ଓ ସଜାଗର ସମୟ । ସୁଦୃଢ ଓଡିଶା ଓ ଭାରତ ଗଠନ କରିବାର ସମୟ । ବିଜେପିକୁ ଥରୁଟିଏ ସୁଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରଦୀପ ।

wp:html /wp:html

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ନଭେମ୍ବର ୨୯ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଦୀପଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଥିଲେ । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ ଥିଲେ । ଦଳ ପକ୍ଷରୁ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଥିଲା । ବିଜେଡିରୁ ବହିଷ୍କୃତ ହେବା ପରେ ଅନେକ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ପ୍ରଦୀପ ପାଣିଗ୍ରାହୀ ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.