LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୋପାଳପୁରରେ ଆର୍ମି ଏୟାର ଡିଫେନ୍ସ କଲେଜର ସମରାଭ୍ୟାସ ; କଠୋର ତାଲିମ ଓ ଦକ୍ଷତାର ଦମଦାର ପ୍ରଦର୍ଶନ

5/05/2018 at 12:15 PM

ବୀରତ୍ୱ, ଦକ୍ଷତାରେ ଭରପୁର ଅନ୍ୟତମ ଶ୍ରେଷ୍ଠ ଓ ଶକ୍ତିଶାଳୀ ଭାରତୀୟ ସେନାବାହିନୀ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଭାରତୀୟ ସେନାର ଏହି ବିଶେଷତାର ଏକ ଝଲକ ନିକଟରେ ଗେ।ପାଳପୁର ଆର୍ମି ଏୟାର ଡ଼ିଫେନ୍ସ କଲେଜରେ ଅନୁଷ୍ଠିତ ସମରାଭ୍ୟାସରେ ଦେଖିବାକୁ ମିଳିଛି । ଭାରତୀୟ ସେନାର ଯୁଦ୍ଧ କୌଶଳ ଓ ରଣନୀତିର ଝଲକରୁ ବାରି ହୋଇଛି ଏକ ଶକ୍ତିଶାଳୀ ସେନାର ଦକ୍ଷତା ।
ଗର୍ଜିଛି ଏଲ ୭୦ ଗନ୍ … ଜେଡ଼୍ ୟୁ ୨୩ ଏମଏମ ଗନ୍ ର ତୁହାକୁ ତୁହା ଗୁଳି ବର୍ଷା … ଟାର୍ଗେଟ କୁ ଲକ୍ଷ କରି ଫୁଟି ଚାଲିଛି ଗୁଳି । ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଯାହାଜ, ଡ଼୍ରେ।ନ୍ , ମିଜାଇଲ୍ ସବୁକୁ ରୋକିବାର ଦକ୍ଷତା ପ୍ରଦର୍ଶନ । ଭାରତୀୟ ସୀମା ସୁରକ୍ଷା ସହ ଆକ୍ରମଣକୁ ପ୍ରତିହତ କରିବାର କଳା ପ୍ରଦର୍ଶନରେ କମ୍ପିଥିଲା ଗୋପାଳପୁର ଆର୍ମୀର ଏୟାର ଡିଫେନ୍ସ କଲେଜ ପରିସର। ଆକାଶରେ ନୀଳ,ନାଲି ଏବଂ ଧଳା ରଙ୍ଗର ଡ଼ୁପ୍ଲିକେଟ୍ ଡ୍ରୋନ୍ କୁ ଧ୍ୱଂସ କରିବାର କୌଶଳ ପ୍ରଦର୍ଶନ କରିଥିଲେ ବୀର ଓ ଦକ୍ଷ ଯବାନ ।
ଗୋପାଳପୁରରେ ସମୁଦ୍ରତଟରେ ୩ ହଜାର ଏକର ସ୍ଥାନରେ ସ୍ଥାପିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଶୁକ୍ରବାର ଅନୁଷ୍ଠିତ ଏହି ସମରାଭ୍ୟାସରେ ଦକ୍ଷତା ପ୍ରଦର୍ଶନ କରିଥିଲେ ଦେଶର ସୁରକ୍ଷାରେ ନିୟୋଜୀତ ଆର୍ମି, ନାଭାଲ, ଏୟାରଫୋର୍ସ ଏବଂ ସିଆଇଏସଏଫ ଜବାନ ମାନେ ।
ସର୍ବାଧୁନୀକ ଟେକନେ।ଲେ।ଜିର ଫ୍ଲାଏକ୍ୟାଚର ଏବଂ ଅପଗ୍ରେଡ଼େଡ଼୍ ଏସଏଫଏମ ରାଡ଼ାର ପ୍ରଦର୍ଶନ କରିଛି ଦକ୍ଷତା । ୫୦ କିଲେ।ମିଟର ଭିତରେ ଡ଼୍ରେ।ନ୍, ଯୂଦ୍ଧ ବିମାନ ସହ ଆକାଶରେ ଉଡୁଥିବା ସନ୍ଦିଗ୍ଧ ଉଡନ୍ତା ବସ୍ତୁକୁ ଠାବ କରିବାର କ୍ଷମତା ରଖିଛି ଏହି ରାଡ଼ାର । ଜବାନଙ୍କ ଟ୍ରେନିଙ୍ଗ୍ କ୍ୟାମ୍ପ୍ , ଭରପୁର ଆତ୍ମବିଶ୍ବାସ, ଦୃଢ ସାହସ ଓ ଜୋଶ୍ ରେ ସମେସ୍ତେ । ଅଫିସର ପାହ୍ୟା ଠାରୁ ଯବାନ ଏବଂ ସମସ୍ତ ସୁରକ୍ଷା କର୍ମୀଙ୍କୁ ଏଠାରେ ଦିଆଯାଏ ତାଲିମ । ଗନ,ଗ୍ରାନାଇଡ଼୍ ହ୍ୟାଂଡ଼େଲିଙ୍ଗ ତାଲିମ ନିଅନ୍ତି ୩ ହଜାରରୁ ଅଧିକ ଯବାନ । ବିଭିନ୍ନ କଠିନ ଓ ଦକ୍ଷତାବୃଦ୍ଧିର କଠୋର ତାଲିମ ।
ଦିତୀୟ ବିଶ୍ବଯୁଦ୍ଧ ସମୟରେ ଗୋପାଳପୁରରେ ବ୍ରିଟିଶ ସରକାର ଆଣ୍ଟି ଏୟାରକ୍ରାଫ୍ଟ ବେସ୍ ନାମରେ ଏହି ସାମରିକ ଘାଟି ପ୍ରତିଷ୍ଠା କରିଥିଲେ । ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଆଧୁନିକତାର ଛାପ ଦେଇଥିଲେ ଓ ତାର ନାମକରଣ ହୋଇଥିଲା ଆର୍ମି ଏୟାର ଡ଼ିଫେନ୍ସ କଲେଜ ।

Leave a Reply

   Related Posts