Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ନବ ଦାସ ହତ୍ୟାକାଣ୍ଡ : କ୍ରାଇମବ୍ରାଞ୍ଚ ତଦନ୍ତ ଠିକ୍‌ ହେଉଛି କହିଲେ ଜଷ୍ଟିସ୍‌ ଜେପି ଦାସ

8/02/2023 at 8:43 PM

ଝାରସୁଗୁଡ଼ା ୦୮/୦୨: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସ ହତ୍ୟାକାଣ୍ଡର ସବୁ ସୁରାକ ଖୋଜିବାରେ ବ୍ୟସ୍ତ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ଠିକ ଦିଗରେ ଯାଉଛି ବୋଲି କହିଲେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସ। ନବଙ୍କ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ଏହାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚୁରା ଜାରି ରଖିଛି।

ବୁଧବାର ତୃତୀୟ ପର୍ଯ୍ୟାୟରେ ଆଉ ୫ ଦିନ ରିମାଣ୍ଡ ଅବଧି ବଢ଼ିବା ପରେ ଫେବୃଆରୀ ୧୩ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହେପାଯତରେ ରହିବ ଗୋପାଳ।ସେପଟେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ନାରକୋ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ଗୋପାଳ କ୍ରାଇମବ୍ରାଞ୍ଚକୁ କେତେ ସତ କେତେ ମିଛ କହିଛି ତାହା ଜଣାପଡ଼ିବ। ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିଥିଲା ପୋଲିସ।

   Related Posts