ମନ୍ତ୍ରୀ ନବଦାସ ହତ୍ୟା ଘଟଣା, କୋର୍ଟରେ ହାଜର ପରେ ଜେଲ୍ ଗଲେ ଗୋପାଳ

Published By : Prameya-News7 Bureau | February 13, 2023 IST

ଝାରସୁଗୁଡା ୧୩/୦୨: କୋର୍ଟରେ ହାଜର ହେବା ପରେ ଜେଲ୍ ଗଲେ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଇଥିଲେ କ୍ରାଇମବ୍ରାଞ୍ଚ । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କରାଯାଇଥିଲା ।

ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ସୋମବାର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ସେପଟେ, ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି ।

ଅଭିଯୁକ୍ତ ଗୋପାଳ ଦାସର ଏହି ଦୁଇ ଟେଷ୍ଟରୁ କ’ଣ ମିଳିଛି ତଦନ୍ତକାରୀ ସଂସ୍ଥାକୁ ? ଅପେକ୍ଷା ରହିଛି ରିପୋର୍ଟକୁ । ରିପୋର୍ଟ ପାଇବା ପରେ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି ତାର ଖୁଲାସା କରିବ କ୍ରାଇମବ୍ରାଞ୍ଚ। ନାର୍କୋ ଟେଷ୍ଟ ବେଳେ ସୋଡିୟମ ପେଣ୍ଟାଥୋଲର ପ୍ରୟୋଗ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.