ଚୌଦ୍ଵାର ଜେଲରେ ଗୋପାଳର କଟିଲା ଦ୍ୱିତୀୟ ଦିନ, ସକାଳୁ ଉଠି ମାଗିଲା ନ୍ୟୁଜ୍ ପେପର

Published By : Prameya-News7 Bureau | February 16, 2023 IST

କଟକ ୧୬/୦୨: ଚୌଦ୍ୱାର ଜେଲରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲର ତିନି ନମ୍ବର ସେଲରେ ଗୋପାଳ ଦାସଙ୍କୁ ରଖାଯାଇଛି । ସକାଳୁ ଖବର କାଗଜ ପଢିବା ପରେ ଗୋପାଳ ସକାଳ ଜଳଖିଆରେ ଖାଇଥିଲା ଚୁଡା ସନ୍ତୁଳା । ଜେଲ୍ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଖାଦ୍ୟ । ଜେଲ୍ କର୍ତ୍ତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ ।

ସୂଚନା ଥାଉକି, ଗୁରୁବାର ସକାଳ ସାଢେ ୬ଟାରେ ଉଠିଥିଲା ଗୋପାଳ । ଏହାପରେ ସକାଳ ଜଳଖିଆ ଖାଇବା ପରେ ମାଗିଥିଲା ପେପର । ତେବେ ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବୁଧବାର ଦିନରେ ତାକୁ ଭାତ, ଡାଲି, ଭଜା ଓ ଚିକେନ ତରକାରୀ ଖାଇବାକୁ ଦିଆଯାଇଥିଲା । ହେଲେ ଗୋପାଳ ମାଗିଥିଲା ମୋତେ ଟିକିଏ ପଖାଳ ଓ ଆଳୁ ଭର୍ତ୍ତା ଦିଅ । କିନ୍ତୁ ଏହା ଜେଲ୍ ମାନୁଆଲ ବାହାରେ ଥିବାରୁ ମିଳିନଥିଲା । ପରେ ଅନିଚ୍ଛା ସତ୍ତ୍ୱେ ଏହାକୁ ଖାଇଥିଲା ଗୋପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.